ଆମ ହସ୍ପିଟାଲ ଯୋଜନାରେ ସୋର ମେଡିକାଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆମ ହସ୍ପିଟାଲ ଯୋଜନାରେ ସୋର ମେଡିକାଲ। ଆଜି ଓଡିଶା ର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିହେଲା। ଓଡିଶାର ୧୫ଗୋଟି ଜିଲ୍ଲାର ୬୭ଟି ସରକାରୀ ଚିକିତ୍ସାଳୟ କୁ ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରିତ କରାଯାଇଥିବା ଜଣାଯାଇଛି।

ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱର ଜିଲ୍ଲା ସୋର ନିର୍ବାଚନମଣ୍ଡଳୀ ର “ସୋର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର” କୁ “ଆମ ହସ୍ପିଟାଲ” ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।୪ କୋଟି ଟଙ୍କାରୁ ଉର୍ଦ୍ଧ ବ୍ୟୟରେ ରୂପାନ୍ତରୀକରଣ କରି “ଆମ ହସ୍ପିଟାଲ” ର ମାନ୍ୟତା ଦେଇ ଆଜି ଲୋକାର୍ପିତ କରିଛନ୍ତି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏଥିପାଇଁ ସୋର ଜନସାଧାରଣ ଓ ବିଧାୟକ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଏହି ଅବସରରେ ଆୟୋଜିତ ଏକ ଉତ୍ସବରେ ବିଧାୟକଙ୍କ ସହ ସୋର ମେଡିକାଲ ଅଫିସର ଓ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.