ଅତ୍ୟାଧୁନିକ ବୈଷୟିକ କୌଶଳ ଦ୍ୱାରା ଚାଳିତ ଆମ୍ବୁଲାନ୍ସ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଅତ୍ୟାଧୁନିକ ବୈଷୟିକ କୌଶଳ ଦ୍ୱାରା ଚାଳିତ ଆମ୍ବୁଲାନ୍ସ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର | ଅତ୍ୟାଧୁନିକ ବୈଷୟିକ କୌଶଳ ଦ୍ୱାରା ଚାଳିତ ଆମ୍ବୁଲାନ୍ସ ଜିଲ୍ଲା ପ୍ରଶାସନ ମୟୁରଭଞ୍ଜଙ୍କୁ ହସ୍ତାନ୍ତର ହେଲା |

ସମସ୍ତ ସୁବିଧା ଏବଂ କାର୍ଯ୍ୟଶୈଳୀ ଅନୁଧ୍ୟାନ ଏବଂ ନିରୀକ୍ଷଣ କଲା ପରେ ଡେପୁଟି କଲେକ୍ଟର (ଜରୁରୀକାଳୀନ) ସୁଶ୍ରୀ ଶ୍ରଦ୍ଧା ସୁମନ (ଓ.ପ୍ର.ସେ.)ଙ୍କୁ ଜିଲ୍ଲା ମୁଖ୍ୟ ଚିକିସ୍ଛାଧିକାରୀ ଡଃ ଅଭୟ କୁମାର ଦାଶ ଆମ୍ବୁଲାନ୍ସ ଟିକୁ ହସ୍ତାନ୍ତର କରିଥିଲେ | ସୂଚନାଯୋଗ୍ୟଯେ, ଜାତୀୟ ରେଡ଼-କ୍ରସ ଦ୍ୱାରା ପ୍ରଦତ୍ତ ଏହି ଆମ୍ବୁଲାନ୍ସ ସମସ୍ତ ସହାୟତା ସୁବିଧା ସହିତ ସଜ୍ଜିତ ଏବଂ ଜରୁରୀକାଳୀନ ପରିସ୍ଥିତିରେ ସହାୟକ ହେବ ବୋଲି ଡେପୁଟି କଲେକ୍ଟର ଆଶା ପୋଷଣ କରିଥିଲେ |

ଏହି ଆମ୍ବୁଲାନ୍ସ ହସ୍ତାନ୍ତର ସମୟରେ କଲେକଟରେଟ ବରିଷ୍ଠ କର୍ମଚାରୀ ଶ୍ରୀ ରବିନ୍ଦ୍ରନାଥ ଦାଶ, ସପନ କୁମାର ମଙ୍ଗରାଜ, ଏବଂ ଅନ୍ୟାନ୍ୟ କର୍ମଚାରୀ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ମାନେ ଉପସ୍ଥିତ ଥିବା ପ୍ରକାଶ|

Leave A Reply

Your email address will not be published.