ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବିଭିନ୍ନ ଦାବି ନେଇ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ଜେଲ୍ ଭାରୋ ଆନ୍ଦୋଳନ କରାଯାଇଛି l ବରିଷ୍ଠ କଂଗ୍ରେସ ନେତା ଗଣେଶ୍ଵର ବେହେରାଙ୍କ ନେତୃତ୍ବରେ ସତାଧିକା ଦଳୀୟ କର୍ମୀ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ପହଞ୍ଚିଥିଲେ l

ମାଟି ପାଇଁ ଜେଲ୍ ଚାଲ ଡାକରା ଦେଇ କର୍ମୀ ମାନେ ପୋଲିସ ବ୍ୟାରିକେଡ ଅତିକ୍ରମ କରିବାକୁ ଉଦ୍ୟମ କରିଥିଲେ l ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା, କେନ୍ଦ୍ରାପଡା ସ୍ଵୟମ ଶାସିତ ମହାବିଦ୍ୟାଳୟ କୁ ବିଶ୍ଵ ବିଦ୍ୟାଳୟ ରେ ପରିଣତ କରିବା, ସହର ମଧ୍ୟରେ ସିଟି ହସ୍ପିଟାଲ ପ୍ରତିଷ୍ଠା କରିବା ପ୍ରଭୃତି ଦାବିରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶ କରିଥିଲା l

ଏଥିରେ ପୂର୍ବତନ କଂଗ୍ରେସ ବିଧାୟକ ଚିନ୍ମୟ ବେହୁରା, କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମା, ଜିଲା କଂଗ୍ରେସ ସଭାପତି ଲୋକନାଥ ମହାରଥୀ, କଂଗ୍ରେସ ନେତା ରତିକାନ୍ତ କାନୁନ୍ ପ୍ରମୂଖ ଯୋଗଦେଇଥିଲେ l ଏଥିରେ କଂଗ୍ରେସ ନେତାଙ୍କ ସମେତ ଦଳୀୟ କର୍ମୀ ଙ୍କୁ ପୋଲିସ ଗିରଫ କରିଥିଲା l

Leave A Reply

Your email address will not be published.