ବାଲିଆପାଳକୁ NAC ଦାବିରେ ୮ ଘଣ୍ଟିଆ ବାଲିଆପାଳ ବନ୍ଦ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲିଆପାଳକୁ NAC ଦାବିରେ ୮ ଘଣ୍ଟିଆ ବାଲିଆପାଳ ବନ୍ଦ | ବନ୍ଦ ଡାକରା ଦେଲା ବାଲିଆପାଳ ସ୍ୱାଭିମାନୀ ମଂଚ | ସକାଳ ୬ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବାଲିଆପାଳ ବନ୍ଦ | ସୂଚନା ଅନୁଯାୟୀ ରାଜ୍ୟସରକାର ଗତ କିଛି ଦିନ ତଳେ ରାଜ୍ୟରେ ୩୫ଟି ନୂଆ NAC ଘୋଷଣା କରିଥିଲା ବେଳେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଏଥିରୁ ବାଦ ପଡିଛି |

NAC ଗଠନ ପାଇଁ ଆବଶ୍ୟକ ହେଉଥିବା ସମସ୍ତ ଭିତ୍ତିଭୂମି, ସ୍କୁଲ, କଲେଜ ସରକାରୀ ଅଫିସ ଥିଲେ ମଧ୍ୟ ସରକାର ଏହାକୁ ଅଣଦେଖା କରିଛନ୍ତି | ବିଶେଷ କରି ବାଲିଆପାଳରେ ସୁବିସ୍ତୀର୍ନ ଡଗରା ବେଳା ଭୂମି ରହିଛି, ଏଠାକୁ ପ୍ରତେକ ଦିନ ଶହ ଶହ ପର୍ଯ୍ୟଟକ ବୁଲିବାକୁ ଆସନ୍ତି | ଆଗାମୀ ଦିନରେ ସୁବର୍ଣ୍ଣରେଖା ବନ୍ଦର ଓ ପେଟ୍ରକେମିକାଲ ବନ୍ଦର ହେବାକୁ ଥିଲା ସରକାର ଏହାକୁ ଅଣଦେଖା କରିଛନ୍ତି | ବାଲିଆପାଳକୁ NAC ଗଠନ ପାଇଁ ବାଲିଆପାଳବାସି ବାରମ୍ବାର ଦାବୀ କରିଥିଲେ ମଧ୍ୟ ରାଜ୍ୟସରକାର ଏହାକୁ କର୍ଣ୍ଣପାତ କରିନାହାନ୍ତି |

ଏହାକୁ ବିରୋଧ କରି ବାଲିଆପାଳ ସ୍ୱାଭିମାନୀ ମଂଚର ଆବାହକ ସତ୍ୟକାମ ମାହାନ୍ତିଙ୍କ ନେତୃତ୍ୱରେ ଶତାଧିକ ବାଲିଆପାଳ ବାସି ଆଜି ସକାଳ ୬ରୁ ଦିନ ୨ ପର୍ଯ୍ୟନ୍ତ ବାଲିଆପାଳକୁ ବନ୍ଦ କରିଥିବା ଦେଖିବାକୁ ମିଳିଛି |ବାଲିଆପାଳ ଅଂଚଳର ସମସ୍ତ ଦୋକାନ ବଜାର,  ଅଫିସ, କଲେଜ, ଗାଡି ମଟର ବନ୍ଦ ଥିବା ଦେଖିବାକୁ ମିଳିଛି | ଯଦି ସରକାର ଆଗାମୀ ୭ଦିନ ମଧ୍ୟରେ ବାଲିଆପାଳକୁ NAC ଘୋଷଣା ନକରନ୍ତି ତେବେ ବାଲିଆପାଳ ସ୍ୱାଭିମାନୀ ମଂଚ ଓ ବାଲିଆପାଳ ବାସୀ ରାଜରାସ୍ତାକୁ ଅହ୍ଲେଇବ ବୋଲି ଚେତାଵନୀ ଦେଇଛି |

Leave A Reply

Your email address will not be published.