ମହାମହିମ ରାଷ୍ଟ୍ରପତି ପାଇଁ ଚଳଚଞ୍ଚଳ ଖିଚିଂ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମହାମହିମ ରାଷ୍ଟ୍ରପତି ପାଇଁ ଚଳଚଞ୍ଚଳ ଖିଚିଂ | ଆସନ୍ତା ୨୯ ତାରିଖରେ ଖିଚିଂ ଆସିବେ ମହାମହିମ ରାଷ୍ଟ୍ରପତି । ସୁରକ୍ଷା ଦୃଷ୍ଟିକୁ ଆଖିଆଗରେ ରଖି ପୂର୍ବାଞ୍ଚଳ IG ସହିତ ବରିଷ୍ଠ ପୋଲିସ ଅଧିକାରୀ ମାନେ ଖିଚିଂ ପରିଦର୍ଶନ କରି ତଦାରଖ କରିଛନ୍ତି ।

ଶୁକୃଲି ବ୍ଲକ ଅନ୍ତର୍ଗତ ପାଣ୍ଡରଶିଳ ଗାଁରେ ଦୁଇ ଦିନ ଧରି ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଅଭ୍ୟାସ କରିଛନ୍ତି । ଆଜି ପୂର୍ବାଞ୍ଚଳ ଆଇଜି ଏବଂ ମୟୁରଭଞ୍ଜ ଏସ୍ପି ଙ୍କ ଉପସ୍ଥିତି ରେ ମଗଡ୍ରିଲ କରାଯାଯିବାର କାର୍ଯ୍ୟକ୍ରମ ରହିଛି । ସୁରକ୍ଷା ଦୃଷ୍ଟିରୁ ୧୫ ପ୍ଲାଟୁନ ପୋଲିସ ମୁତୟନ ହେବେ ।

ରାଷ୍ଟ୍ରପତି ଖିଚିଂ ମନ୍ଦିର କୁ ଆସୁଥିବା ରୁ ଫୁଲରେ ସୌନ୍ଦର୍ଯ୍ୟ କରଣ ପାଇଁ ଯୋଜନା ରଖିଛି ପ୍ରଶାସନ । ରାଷ୍ଟ୍ରପତି କୁ ଆଖି ଆଗରେ ରଖି ଆସନ୍ତା ୨୯ ତାରିଖରେ ସକାଳୁ ଦିନ ୧୧ ଟା ପର୍ଯ୍ୟନ୍ତ ଖିଚିଂ ମନ୍ଦିର ରେ ସାଧାରଣ ଦର୍ଶନ ବନ୍ଦ ରହିବ

Leave A Reply

Your email address will not be published.