ଭାରତରେ ବଢୁଛି ସ୍ପାମ୍ କଲ ସଂଖ୍ୟା, ମାନସିକ ସନ୍ତୁଳନ ହରାଉଛନ୍ତି ୟୁଜର

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଭାରତରେ ବଢୁଛି ସ୍ପାମ୍ କଲ ସଂଖ୍ୟା। ପ୍ରତ୍ୟେକଦିନ ଆପଣ ବି ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବେ। ହଁ ଆଜ୍ଞା, ବିଶ୍ବରେ ସର୍ବାଧିକ ସ୍ପାମ କଲର ସାମ୍ନା କରୁଛନ୍ତି ଭାରତୀୟ। ଲୋକାଲ ସର୍କଲ ପକ୍ଷରୁ ହୋଇଥିବା ସର୍ଭେରୁ ଜଣାପଡିଛି ଦୈନିକ ଭାରତୀୟଂକୁ ଆସୁଛି ୩ରୁ ଅଧିକ ସ୍ପାମ କଲ୍। ବ୍ୟଙ୍କ, ବିମା, ମେଡିକାଲ ଚେକପ, ବିଭିନ୍ନ ପ୍ରଡକ୍ଟର ସେଲ୍ସ ଓ ସେବା ପାଇଁ ଆସୁଛି ଏହିସବୁ କଲ୍। ହେଉଛି ଏଥିପାଇଁ ଦିନକୁ ଦିନ ମାନସିକ ସନ୍ତୁଳନ ହରାଉଛନ୍ତି ୟୁଜର। ନାଗରିକଙ୍କ ପାଖକୁ ଅବାଞ୍ଛିତ ବିରକ୍ତିକର ମେସେଜ କିମ୍ବା କଲ୍ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ୨୦୨୧ କଲାଇରେ ଟେଲି ଯୋଗାଯୋଗ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଥିଲେ ହେଁ ଏହା କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିଚାଲିଛି।

ଲୋକାଲ ସର୍କଲସ ୩୭୭ ଜିଲ୍ଲାରେ ୩୭୦୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ନେ଼ଇ ଏକ ସର୍ଭେ କରିଥିଲା। ଯାହାର ରିପୋର୍ଟ ଅତି ସାଙ୍ଘାତିକ ପ୍ରମାଣିତ ହୋଇଛି। ୟୁଜର ଉକ୍ତ ନମ୍ବର ଗୁଡ଼ିକୁ ଡୁ ନଟ ଡିଷ୍ଟର୍ବ ତାଲିକାରେ ପଞ୍ଜୀକୃତ କରିବା ସହ ୯୫ ପ୍ରତିଶତ ୟୁଜର ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଭାରତରେ ପ୍ରତି ମୋବାଇଲ ୟୁଜରଙ୍କୁ ମାସକୁ ହାରାହାରି ୧୭ ସ୍ପାମ କଲ୍ ଆସୁଥିବା କଥା କହିଛି ଟ୍ରୁ- କଲର।ଅନ୍ତର୍ଜାତୀୟ ସ୍ତରରେ ଟ୍ରୁକଲର କମ୍ପାନି ୧୮୪୫୦ କୋଟି ସ୍ପାମ୍ କଲ୍ ଏବଂ ୫୮୬୦୦ କୋଟି ସ୍ପାମ ମେସେଜ୍ ଚିହ୍ନଟ କରିଛି। ସେଗୁଡ଼ିକ ମଧ୍ୟରୁ ୩୭୮୦ ଚିହ୍ନଟ କରାଯାଇ ରୋକାଯାଇପାରିଛି। ସେହିଭଳି ୫୮୬୦୦ କୋଟି ସ୍ପାମ ମେସେଜ୍ ମଧ୍ୟରୁ ୧୮୨୦୦ କୋଟି ସ୍ପାମ ମେସେଜ୍କୁ ଚିହ୍ନଟ କରାଯାଇ ଅଟକା ଯାଇଛି। ବିଭିନ୍ନ ବର୍ଗର ସ୍ପାମ କଲ୍ ମଧ୍ୟରୁ ସେଲ୍ସ ସଂପର୍କିତ ସ୍ପାମ କଲ୍ ସଂଖ୍ୟା ୯୩.୫ ପ୍ରତିଶତ ରହିଛି। ଭାରତରେ ସାଧାରଣତଃ କେୱାଇସି ସଂପର୍କିତ ସ୍ପାମ କଲ୍ ସଂଖ୍ୟା ଅଧିକ ରହିଛି।

ସବୁଠୁ ବଡ଼ କଥା ହେଉଛି ସ୍ପାମ୍ କଲ୍ କରୁଥିବା ବ୍ୟକ୍ତିମାନେ ବ୍ୟାଙ୍କ ଅଧିକାରୀ, ଡିଜିଟାଲ ୱାଲେଟ, ଡିଜିଟାଲ ପେମେଣ୍ଟ୍ ସର୍ଭିସ କିମ୍ବା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଧିକାରୀଭାବେ ପରିଚୟ ଦେଇ ସ୍ପାମ କଲ୍ କରିଥାନ୍ତି। ଆଉ ଆପଣଙ୍କର ସାମାନ୍ୟତମ ଭୁଲ୍ ପାଇଁ ବି ଆପଣ ଠକାମୀର ଶିକାର ହୋଇପାରନ୍ତି। ଆଖି ପିଛୁଳାକେ ଖାଲି ହେଇଯାଇପାରେ ଆପଣଙ୍କ ଆକାଉଣ୍ଟ୍। ଏଭଳି ଠକାମୀ ଠୁ ନିଜକୁ ଦୂରେଇବକୁ ହେଲେ ସତର୍କତା ହିଁ ସବୁକିଛି। କଲରେ କାହାକୁ ବି ଗୁରୁଟିପୂର୍ଣ୍ଣ ତଥ୍ଯ ଦିଅନ୍ତୁ ନାହିଁ। ବିଶେଷକରି ସ୍ପାମ କଲଠୁ ଦୂରେଇ ରୁହନ୍ତୁ।

Leave A Reply

Your email address will not be published.