ଗାଁ ରେ ଭାଲୁ ସନ୍ତାନ ଜନ୍ମ ଦେଲା ଭଙ୍ଗା ଦଦରା ଘରେ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗାଁ ରେ ଭାଲୁ ସନ୍ତାନ ଜନ୍ମ ଦେଲା ଭଙ୍ଗା ଦଦରା ଘରେ। ବନ ବିଭାଗର ପହରା। ଗାଁ ରେ ଭାଲୁ ସନ୍ତାନ ଜନ୍ମ ଦେଲା ଭଙ୍ଗା ଦଦରା ଘରେ। ବନ ବିଭାଗର ପହରା। କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ସଦର ପଞ୍ଚାୟତ ବାଘଗୁଡ଼ା ଗାଁର ଶିବ ଗଣ୍ଡାଙ୍କ ଘର ପଛପଟେ ରହୁଛି ଭାଲୁ l ଛୁଆ ଜନ୍ମ କରିଛି l

ଛୁଆକୁ ସୁରକ୍ଷିତ ରଖିବା ପାଇଁ ଶିବ ଘର ଠାରୁ ମାତ୍ର ୨୦ ମିଟର ଦୂରରେ ଥିବା ଏକ ବହୁ ପୁରୁଣା ଘରେ ମା ଛୁଆ ଭାଲୁ ରହିଆସୁଛନ୍ତି l ଗତ ୩୧ ତାରିଖ ଦିନ ଶିବ ବାବୁ ଙ୍କ ପରିବାର ସମେତ ଗାଁ ଲୋକ ଦେଖିଥିଲେ l ଦିନ ବେଳେ ଘରୁ ବାହାରୁ ନାହିଁ କିନ୍ତୁ ରାତିରେ ବାହାରି ଗାଁ ରେ ବୁଲୁଛି l ସାହିବାସୀ ଓ ଗାଁ ଲୋକ ସପ୍ତାହେ ହେବ ରାତିରେ ଘରୁ ବାହାରକୁ ବାହାରୁ ନାହାନ୍ତି l ସନ୍ଧ୍ୟା ହେଲେ କବାଟ ଦ୍ଵାର ଦେଇ ଘର ଭିତରେ ରହୁଛନ୍ତି l ୩୧ ତାରିଖ ଦିନ ଭାଲୁ ଦେଖିବା ପରେ ଜଙ୍ଗଲ ବିଭାଗକୁ ସୂଚନା ଦେଲେ ଓ ସେଠାରୁ ଅନ୍ୟତ୍ର ନେଇଯିବାକୁ କହିଲେ କିନ୍ତୁ ନେବା ବ୍ୟବସ୍ଥା ବଦଳରେ ବିଭାଗୀୟ କର୍ମଚାରୀ ସକାଳ ଠାରୁ ରାତି ୯/୧୦ଟା ପର୍ଯ୍ୟନ୍ତ ପହରା ଦେଉଛନ୍ତି l ଅସଲ ଭାଲୁ ବାହାରି ବୁଲିବା ସମୟରେ କେହି ନ ଥାନ୍ତି l

ଏ ନେଇ ସେ ଅଞ୍ଚଳର ଫରେଷ୍ଟର ସୁଶାନ୍ତ କୁମାର ବଡ଼ଜେନା ଙ୍କୁ ପଚାରିବାରୁ ଘର ଭିତରକୁ ଯେପରି ଆସି ନ ପାରିବ ସେଥିପାଇଁ ଆଜି ବାଡ଼ ଦିଆଯାଇଛି l ଫରେଷ୍ଟ ଗାର୍ଡ ବନ୍ଦନା ମିଶ୍ରଙ୍କ ନେତୃତ୍ୱରେ ପାରା ସ୍କ୍ୱାର୍ଡ କର୍ମୀ ପହରା ଦେଉଛନ୍ତି l ଛୁଆ ସାନ ଅଛି ତାକୁ ଉଦ୍ଧାର କରିବାକୁ କିଛି ପଦକ୍ଷେପ ନିଆଯିବ ତେବେ ମା ଭାଲୁର ଶରୀର ପ୍ରତି ବିପଦ ଅଛି ଆଉ କିଛି ଦିନ ପରେ ପରେ ସେ ସେଠାରୁ ତା ଛୁଆକୁ ନେଇ ଚାଲିଯିବ ସେତେଦିନ ପର୍ଯ୍ୟନ୍ତ ସେଠାରେ ପହରା ଦେଇ ଗାଁ କୁ ସୁରକ୍ଷା ଦିଆଯିବ l ଭାଲୁ ଥିବା ଘରେ ଯେପରି ଲୋକେ ଟେକା ପଥର ମାରି ବିରକ୍ତ ନ କରିବେ ସେ ନେଇ ସ୍ଵତନ୍ତ୍ର ଦୃଷ୍ଟି ଦିଆଯାଇଥିବା ସୁଚନା ରହିଛିl

Leave A Reply

Your email address will not be published.