ହାତୀଦାନ୍ତ କାରବାର ବେଳେ ମଡିବସିଲା ବନ ବିଭାଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହାତୀଦାନ୍ତ କାରବାର ବେଳେ ମଡିବସିଲା ବନ ବିଭାଗ | ଦୁଇ ଦାନ୍ତ ଜବତ ସହ ୧୦ ଜଣ ଗିରଫ | ହାତୀଦାନ୍ତ କାରବାର ନିମନ୍ତେ ଡିଲ ବେଳକୁ ବନ ବିଭାଗ ଟିମ ମାଡି ବସିଲା।

ବନ ବିଭାଗ ପକ୍ଷରୁ ଚଢ଼ାଉ କରି ଦୁଇ ହାତୀଦାନ୍ତ ଜବତ ସହ ୧୦ଜଣ ଗିରଫ ହୋଇଛନ୍ତି। ହାତୀ ଦାନ୍ତ କାରବାର ନେଇ ବନ ବିଭାଗକୁ ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିଥିଲା। ଏନେଇ ଏସଟିପିଏଫ, ଜେଟିଏଫ, ବନ କର୍ମଚାରୀ ମାନେ ମିଳିତ ଭାବେ ଯଶିପୁର ଅଞ୍ଚଳରେ ଚଢ଼ାଉ କରିଥିଲେ। ହାତୀ ଦାନ୍ତ ନେଇ ଆସୁଥିବା ଥିବା ବେଳେ ସୂଚନା ପାଇ ବନବିଭାଗ ଛକି ବସିଥିଲା। ହାତୀ ଦାନ୍ତ ଜବତ କରିବା ସହ ସମ୍ପୃକଙ୍କୁ ବନବିଭାଗ କାବୁ କରିଥିଲା। ତାଙ୍କ ନିକଟରୁ ୩୦କିଲୋ ୯ଗ୍ରାମର ଦୁଇଟି ବଡ଼ ହାତୀ ଦାନ୍ତ ଜବତ ହୋଇଛି।

ହାତୀ ଦାନ୍ତ ଚୋରା ଚାଲାଣର ଚେର କେତେ ପର୍ଯ୍ୟନ୍ତ ଲମ୍ବିଛି ଅଧିକ ତଦନ୍ତ ଜାରି ରହିଛି। ଏନେଇ ପିସିସିଏଫ ସୁଶାନ୍ତ କୁମାର ନନ୍ଦ ଏକ୍ସ ଯୋଗେ ସେୟାର କରି ସୂଚନା ଦେଇଥିବା ବେଳେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ କୋଣସି ସୂଚନା ପ୍ରଦାନ କରାଯାଇନାହିଁ।

Leave A Reply

Your email address will not be published.