ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୁଲିସ; ୧୨୦କେଜି ଗଞ୍ଜେଇ ଜବତ, ୨ ଗିରଫ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୁଲିସ, ୧୨୦କେଜି ଗଞ୍ଜେଇ ଜବତ, ୨ ଗିରଫ | ଗଞ୍ଜେଇ ଚାଲାଣ କରୁଥିବାବେଳେ ମାଡିବସିଲା ପୁଲିସ। ଏକ କାରରୁ ୧୨୦କେଜି ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ପୁଲିସ ।

ସୂଚନା ଅନୁସାରେ, ସମ୍ବଲପୁରରୁ ପଶ୍ଚିମବଙ୍ଗକୁ ଏକ କାର ଯୋଗେ ଗଞ୍ଜଇ ଚୋରା ଚାଲାଣ କରାଯାଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ମୟୂରଭଞ୍ଜ ଯଶିପୁର ମୁଖ୍ୟ ବଜାର ଛକ ନିକଟରେ ଗାଡ଼ିଟିକୁ ଅଟକାଇଥିଲା ପୁଲିସ । କାରରୁ ପ୍ରାୟ ୧୨୦ କେଜି ଗଞ୍ଜେଇ ଜବତ କରିଥିଲା ପୋଲିସ । ଜବତ ଗଞ୍ଜଇର ଅନୁମାନିକ ମୂଲ୍ୟ ୧୨ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର ଅଞ୍ଚଳର ୨୯ ବର୍ଷୀୟା ଆସିଫୁଲ ମଣ୍ଡଳ ଓ ୨୯ ବର୍ଷୀୟା ଦୟାଲ ବିଶ୍ୱାସ । ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯିବ ।

ଏ ନେଇ ଯଶିପୁର ଥାନା ପୋଲିସ PS Case no – 39 ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଏନେଇ ମଙ୍ଗଳବାର ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଏସପି ଏସ. ସୁଶ୍ରୀ ପ୍ରେସମିଟ ଯୋଗେ ସୁଚନା ଦେଇଛନ୍ତି।

Comments are closed.