ଜୀ-ସାର୍ଥକରେ ଦର୍ଶକଙ୍କ ଭଲ ପାଇବା ସାଉଁଟୁଥିବା ମେଗା ଧାରାବାହିକ ‘ସାଥିରେ’ ରେ ଆସିଲା ଉତ୍କଣ୍ଠାପୂର୍ଣ ମୋଡ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ସଫଳତାର ସହିତ ଆଗେଇ ଚାଲିଛି ଆଉ ଏକ ଧାରାବାହିକ ‘ସାଥିରେ’ । ସୋମବାରରୁ ଶନିବାର ରାତି ୮ଟାରେ ପ୍ରସାରିତ ଭିନ୍ନ ଧରଣର ଏହି ମେଗା ଧାରାବାହିକ କାହାଣୀର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଧାରା ଓ ଅମ୍ବର। ଚୁଲବୁଲି ଅଭିନେତ୍ରୀ ଅନନ୍ୟାଙ୍କୁ ମୁଖ୍ୟ ଭୁମିକା ଧାରା ଚରିତ୍ରରେ ଦେଖିବାକୁ ମିଳିଥିବା ବେଳେ ମ୍ୟୁଜିକ ଭିଡିଓରେ କ୍ୟାରିୟର ଆରମ୍ଭ କରିଥିବା ଅଭିଜିତ ଅଭିନୟ କରିଛନ୍ତି ଅମ୍ବର ଭୁମିକାରେ ଓ ଓଡିଆ ଦର୍ଶକଙ୍କ ମନ ଜିତିଛନ୍ତି ।

ବିଜୟ କାଣ୍ଡୋଇ ପ୍ରଯୋଜିତ ଓ ସରୋଜ ଦାଶ ନିର୍ଦେଶୀତ ‘ସାଥିରେ’ କାହାଣୀରେ ଧାରା ହେଉଛି ଏକ ଚୁଲବୁଲି ଚରିତ୍ରଟିଏ । ଯିଏ ପ୍ରତ୍ୟେକ ପରିସ୍ଥିତିକୁ ସାହସର ମୁକାବିଲା କରେ। ସେ ଖୁସି ଓ ଭାଗ୍ୟଶାଳୀ ଝିଅଟି, ଯିଏ କାନ୍ଦିବା ଶିଖିନି ବରଂ ହସି ହସି ସବୁ ସମସ୍ୟାର ସମାଧାନ କରିଦିଏ । ଆଉ ଅମ୍ବର ଜଣେ ସଫଳ ବ୍ୟବସାୟୀ ଏବଂ ନିଜ ଲକ୍ଷ୍ୟପଥରେ ପହଂଚିବାରେ ସବୁବେଳେ ବ୍ୟସ୍ତ। ଏହି ସଫଳ ବ୍ୟବସାୟୀଙ୍କ ମତରେ ମହିଳାମାନେ ସଫଳତାର ରାସ୍ତାରେ ବାଧକ। କିନ୍ତୁ ଦୁହେଁ ଦୁହିଁଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ। ଏମାନଙ୍କ ଭିତରେ କଣ ପ୍ରେମ ସମ୍ଭବ ହୋଇପାରେ ।

ହେଲେ କାହାଣୀରେ ଆସିଛି ପରିବର୍ତନ ଓ ଅମ୍ବରର ମନ ଢଳିଛି ଧାରା ଆଡକୁ ହେଲେ ପ୍ରେମରେ ଥରେ ଧୋକା ଖାଇଥିବା ଅମ୍ବର ପାଇଁ ପୁଣି ସେଇ ରାସ୍ତାକୁ ଫେରିବାକୁ ଆଉ ସହଜ ହୋଇନି ଓ ସେଠିପାଇଁ ସେ ନେଇଛି ଏକ ଅଦ୍ଭୁତ ପଦକ୍ଷେପ ଓ ବାହା ହେବାକୁ ଯାଉଛି ଅନ୍ୟ ଏକ ଝିଅକୁ । ତେବେ କିଏ ସେହି ଝିଅ, ସତରେ କଣ ଅମ୍ବର ତାକୁ ବାହାହେବ, ତେବେ ଧାରାର କଣ ହେବ, କଣ ସତରେ ଏକାଠି ହୋଇପାରିବେ ଅମ୍ବର ଓ ଧାରା ଏହି ପରି ଅନେକ ପ୍ରଶ୍ନ ଓ ଉତ୍କଣ୍ଠା ବଢାଇଛି ଏହି ମେଗା ଧାରାବାହିକ । ଅନନ୍ୟା, ଅଭିଜିତଙ୍କ ଛଡା ଶେଲି ମିଶ୍ର ଓ ସ୍ନିଗ୍ଧା ମହାନ୍ତି ଏହି କାହାଣୀରେ ଗୋଟେ ଗୋଟେ ଦମଦାର ଭୂମିକାରେ ଅଛନ୍ତି ।

ପୂର୍ବରୁ ଜୀ-ସାର୍ଥକର ପ୍ରତିଟି ମେଗା ଧାରାବାହିକକୁ ମିଳିଛି ଦର୍ଶକୀୟ ଆଦୃତି । ଏଥର ବି ‘ସାଥୀରେ’କୁ ଓଡିଆ ଦର୍ଶକ ଭଲପାଇବା ଦେଇଛନ୍ତି ଓ ଆଗକୁ ଏହି ପରି ଭଲ ପାଇବା ଦେବେ ବୋଲି ଜୀ-ସାର୍ଥକ ଚ୍ୟାନେଲର ବିଜିନେସ୍ ହେଡ୍ ପ୍ରତୀକ ସିଲ କହିଛନ୍ତି ।

Leave A Reply

Your email address will not be published.