ବହୁ ପ୍ରତୀକ୍ଷିତ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚାରିଆଡେ ଚକାଆଖି । ସାରା ଶ୍ରୀକ୍ଷେତ୍ର ଜଗନ୍ନାଥମୟ। ନୟନରେ ନିଳଚକ୍ର । ଭରିଲା ଭକ୍ତର ମନ । ସମୁଦ୍ରକୂଳରୁ ସିଂହଦ୍ୱାର, ବଡ଼ଦାଣ୍ଡରୁ ବଡ଼ ଦେଉଳ ସବୁଠି ନାମ-ସଂକୀର୍ତ୍ତନ । ବେଦପାଠରେ କମ୍ପୁଛି ଶଙ୍ଖକ୍ଷେତ୍ର । ସେହି ବ୍ରହ୍ମ ମୂର୍ତ୍ତକୁ ଅପେକ୍ଷା । ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପ୍ରତୀକ୍ଷିତ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ।

ଏହାରି ସହିତ ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ମହାଯଜ୍ଞର ପୂର୍ଣ୍ଣାହୁତି ଦେବେ ଗଜପତି । ଏଥିପାଇଁ ଉତ୍ସବ ମୁଖରିତ ହୋଇଉଠିଛି ସମଗ୍ର ଶ୍ରୀକ୍ଷେତ୍ର । ଲୋକାର୍ପଣ ଉତ୍ସବର ସାକ୍ଷୀ ହେବାରୁ ବହୁସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି ପୁରୀକୁ । ମନ୍ତ୍ର ଧ୍ବନି ଓ ବେଦପାଠ ସହ ସବୁକିଛି ଜଗନ୍ନାଥମୟ ରହିଛି ।

ହୋମ ଯଜ୍ଞ ସରିବା ପରେ ଅନ୍ତଃ ପ୍ରଦକ୍ଷିଣ ପଥରେ ଅଧଘଣ୍ଟା ଧରି ଚାଲିବ ନାମ ସଂକୀର୍ତ୍ତନ ଶୋଭାଯାତ୍ରା । ଏହା ଆଗରୁ ପଞ୍ଚକର୍ମ, ଶାଳା ପ୍ରବେଶ ଓ ନୂତନ ନିର୍ମାଣ ସ୍ଥଳରେ ସଂସ୍କାରିତ ଜଳ ସିଞ୍ଚନ ହୋଇଛି । ଚାରି ଦ୍ୱାରରେ ବେଦ ପାଠ ବି କରାଯାଇଛି । ଲୋକାର୍ପଣ ଉତ୍ସବ ପାଇଁ ସବୁ ପ୍ରସ୍ତୁତି ସରିଛି । ଏବେ କେବଳ ଅପେକ୍ଷା ସେହି ଶୁଭ ଲଗ୍ନ ସମୟକୁ ।

ଅନ୍ୟପଟେ ବାଲୁକା କଳାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ପୁରୀ ସମୁଦ୍ର ବେଳାଭୂମିରେ ଏହି ଆକର୍ଷଣୀୟ ବାଲୁକା କଳା କରିଛନ୍ତି ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବାକୁ ଥିବାବେଳେ ତା ପୂର୍ବରୁ ସୁଦର୍ଶନଙ୍କ ବାଲୁକା କଳା ଦେଖିବାକୁ ବେଳାଭୂମିରେ ଭିଡ଼ ଲାଗିଛି ।

Leave A Reply

Your email address will not be published.