ବଢିଲା କର୍ମସିଆଲ ଗ୍ୟାସ ସିଲିଣ୍ଡର ଦର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣିଥରେ ବଢିଲା କର୍ମସିଆଲ ଗ୍ୟାସ ସିଲିଣ୍ଡର ଦର । ଦେଶରେ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ମହଙ୍ଗା ହୋଇଛି । ଦିଲ୍ଲୀରେ ୨୫ଟଙ୍କା ବୃଦ୍ଧି ହୋଇ ଗ୍ୟାସ ସିଲିଣ୍ଡର ୧୭୯୫ଟଙ୍କାରେ ପହଂଚିଛି। ସେହିପରି ମୁମ୍ବାଇରେ ୨୬ଟଙ୍କା ବୃଦ୍ଧି ହୋଇ ୧୭୪୯ ଟଙ୍କାରେ ପହଂଚିଛି। ଚେନ୍ନାଇରେ ସିଲିଣ୍ଡର ଦର ୧୯୭୦.୬୦ଟଙ୍କା ହୋଇଥିବା ବେଳେ କୋଲକାତାରେ ୧୯୧୧ଟଙ୍କା ହୋଇଛି। ଅଏଲ ମାର୍କେଟିଂ କମ୍ପାନୀ ଗୁଡିକ ପକ୍ଷରୁ ଏହି ମୂଲ୍ୟ ବୃଦ୍ଧି କରାଯାଇଛି। ଘରୋଇ ଏଲପିଜି ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି।

ନୂଆ ଦର ଅନୁସାରେ, ଦିଲ୍ଲୀରେ କର୍ମସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୭୯୫ ଟଙ୍କା ଥିବାବେଳେ ମୁମ୍ବାଇରେ ୧୭୪୯ ଟଙ୍କାକୁ ବୃଦ୍ଧି ପାଇଛି । ଅନ୍ୟ ମେଟ୍ରୋ ସହରଗୁଡିକ ବିଷୟରେ କହିବାକୁ ଗଲେ ଚେନ୍ନାଇରେ ୧୯୬୦ ଟଙ୍କା ଏବଂ କୋଲକାତାରେ ଆଜିଠୁ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ୧୯୧୧ ଟଙ୍କା ହୋଇଯାଇଛି । କହିରଖୁଛୁ କି, ୨୦୨୪ ନୂଆ ବର୍ଷ ଆରମ୍ଭରୁ ଏହି କମର୍ସିଆଲ ଗ୍ୟାସ ମୂଲ୍ୟ ପାଖାପାଖି ୪୦ ଟଙ୍କା କମିଥିଲା । କିନ୍ତୁ ଫେବୃଆରୀରେ ୧୪ ଟଙ୍କା ବୃଦ୍ଧି ପାଇଥିଲା । ମାର୍ଚ୍ଚ ଆରମ୍ଭରୁ ପୁଣିଥରେ ଏହି ଗ୍ୟାସ ସିଲିଣ୍ଡର ଦାମ ବଢିଛି । ଯାହାକି ଭୋଜନାଳୟ ଗୁଡିକ ବଡ ଝଟକା ଦେଇଛି ।

ପ୍ରତି ମାସ ପହିଲାରେ ଏଲପିଜି ସିଲିଣ୍ଡର ଦରରେ ସଂଶୋଧନ ହୋଇଥାଏ । ରେସ୍ତୋରାଁ, ଚା’ ଷ୍ଟଲ, ହୋଟେଲ ଓ ଅନ୍ୟ ଭୋଜନାଳୟ ଗୁଡିକ କର୍ମସିଆଲ ଗ୍ୟାସ ସିଲିଣ୍ଡରର ବଡ ଉପଭୋକ୍ତା ଅଟନ୍ତି । ଏହି ଗ୍ୟାସ ଦାମ ବଢିଲେ ସେମାନେ ନିଜ ଖାଦ୍ୟପଦାର୍ଥ ମୂଲ୍ୟ ମଧ୍ୟ ବଢାଇଛନ୍ତି । ତେଣୁ କମର୍ସିଆଲ ଗ୍ୟାସ ମହଙ୍ଗା ହେବା ଗ୍ରାହକଙ୍କୁ ମଧ୍ୟ ଝଟକା ଦେଇଛନ୍ତି ।

Leave A Reply

Your email address will not be published.