ରାଜ୍ୟରେ ଦିନ ତାପମାତ୍ରା ପୁଣି ବଢ଼ିଛି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦିନର ତାପମାତ୍ରା ୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ସହ କେତେକ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଗତ ତିନି ଦିନ ଧରି ମେଘୁଆ ପାଗ ଯୋଗୁ ଦିନ ତାପମାତ୍ରା ଖସିଥିଲା ।

ଏବେ ପୁଣି ବଢ଼ିଛି । ଆସନ୍ତା ୩ ଓ ୪ ତାରିଖରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବି ସ୍ୱଳ୍ପ ବର୍ଷା ହୋଇପାରେ ।  ଗୁରୁବାର ୫ ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀ ଓ ଏହାଠାରୁ ଅଧିକ ରହିଛି । ମାଲକାନଗିରିରେ ଦିନ ତାପମାତ୍ରା ସର୍ବାଧିକ ୩୭ ଡିଗ୍ରୀ ରହିଛି। ପାରଳାଖେମୁଣ୍ଡିରେ ୩୬, ବୌଦ୍ଧରେ ୩୫.୫, ଟିଟିଲାଗଡ଼ରେ ୩୫ ଓ ନବରଙ୍ଗପୁରରେ ୩୫ ଡିଗ୍ରୀ ରେକର୍ଡ ହୋଇଛି ।

ରାଜ୍ୟର ସବୁ ଜିଲ୍ଲାରେ ଦିନ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଥିଲା । ଉପକୂଳ ଓଡ଼ିଶାରେ ଗୁରୁବାରଠାରୁ ତାପମାତ୍ରା ବଢ଼ିବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କରିଥିଲେ। ମାର୍ଚ୍ଚ ୩ରେ ରାଜଧାନୀରେ ତାତି ୩୮ ଡିଗ୍ରୀ ପାର୍‌ କରିବ ବୋଲି ସେ ଆକଳନ କରିଛନ୍ତି । ୫ସୁଦ୍ଧା ଦିନ ତାପମାତ୍ରା ୩ ଡିଗ୍ରୀ ଯାଏ ବଢ଼ିବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ଦକ୍ଷିଣ ଓ ଉତ୍ତର ଅଭ୍ୟନ୍ତରରେ ବି ଦିନ ତାପମାତ୍ରା ବଢ଼ିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.