ଓଡ଼ିଶାରେ କଲରାପତରିଆ ବାଘ ସଂଖ୍ୟା ହ୍ରାସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଓଡ଼ିଶାରେ କଲରାପତରିଆ ବାଘ ସଂଖ୍ୟା ୫୬୮କୁ ହ୍ରାସ ପାଇଛି । ଚାରି ବର୍ଷ ତଳେ ଥିଲା ୭୬୦ । ୨୦୧୮ ତୁଳନାରେ ୨୦୨୨ରେ କଲରାପତରିଆଙ୍କ ସଂଖ୍ୟା ଓଡ଼ିଶାରେ କମିଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି। ୨୦୧୮ ଗଣନା ସମୟରେ ଓଡ଼ିଶାରେ ୭୬୦ଟି କଲରାପତରିଆ ରହିଥିଲେ। ୪ ବର୍ଷ ଭିତରେ ଏମାନଙ୍କ ସଂଖ୍ୟା ପ୍ରାୟ ୨୦୦ କମିଯିବାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତି। କାରଣ ୨୦୨୨ ସୁଦ୍ଧା ଏମାନଙ୍କ ସଂଖ୍ୟା ୧୩ ହଜାର ୮୭୪କୁ ବଢ଼ିଛି । ଅର୍ଥାତ୍‌, ଦେଶରେ ୪ବର୍ଷରେ ୯୮୨ କଲରାପତରିଆ ବଢ଼ିଛନ୍ତି । ସର୍ବାଧିକ ୩ହଜାର ୯୦୭ଟି କଲରାପତରିଆ ମଧ୍ୟପ୍ରଦେଶରେ ଅଛନ୍ତି । ୨୦୧୮ରେ ସେଠାରେ ୩ ହଜାର ୪୨୧ଟି ବାଘ ଥିଲେ । ଅର୍ଥାତ୍‌, ୪ ବର୍ଷରେ ୪୮୬ ବାଘ ବଢ଼ାଇବାରେ ସେଠାକାର ରାଜ୍ୟ ସରକାର ସକ୍ଷମ ହୋଇଛନ୍ତି । ତା’ ତଳକୁ ମହାରାଷ୍ଟ୍ରରେ ୧ ହଜାର ୯୮୫ଟିବାଘ ଅଛନ୍ତି ।

ସାରା ଦେଶରେ କଲରାପତରିଆଙ୍କ ସଂଖ୍ୟା ବଢ଼ିଛି। ୨୦୧୮ ଗଣନା ବେଳେ ଦେଶରେ ୧୨ ହଜାର ୮୫୨ ରହିଥିବା ବେଳେ ୨୦୨୨ରେ ସେମାନଙ୍କ ସଂଖ୍ୟା ୧୩ ହଜାର ୮୭୪ରେ ପହଞ୍ଚିଛି। ମଧ୍ୟପ୍ରଦେଶରେ ସର୍ବାଧିକ ୩,୯୦୮ କଲରାପତରିଆ ରହିଥିବା ବେଳେ ମହାରାଷ୍ଟ୍ରରେ ୧୯୮୫, କର୍ଣ୍ଣାଟକରେ ୧୮୭୯, ତାମିଲନାଡ଼ୁରେ ୧୦୭୦ଟି ରହିଛନ୍ତି। ଆନ୍ଧ୍ରପ୍ରଦେଶର ନାଗାର୍ଜ୍ଜୁନ ସାଗର ବ୍ୟାଘ୍ର ଅଭୟାରଣ୍ୟରେ ସର୍ବାଧିକ କଲରାପତରିଆ ରହିଥିବା ବେଳେ ଏହା ତଳକୁ ମଧ୍ୟପ୍ରଦେଶର ପାନା ଓ ସାତପୁରା ବ୍ୟାଘ୍ର ଅଭୟାରଣ୍ୟ ରହିଛି। କେନ୍ଦ୍ରୀୟ ଭାରତରେ କଲରାପତରିଆଙ୍କ ସ୍ଥିତି ପ୍ରାୟତଃ ସମାନ ରହିଛି।

କିନ୍ତୁ ଓଡି଼ଶାରେ ୪ ବର୍ଷରେ କଲରାପତରିଆ ବାଘ କମିଛନ୍ତି । ସେହିପରି ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ମଧ୍ୟ ବାଘ ସଂଖ୍ୟା ୧୩୦ କମିଛି । ୨୦୧୮ରେ ସେଠାରେ ୮୫୨ ବାଘ ଥିବା ବେଳେ ୨୦୨୨ରେ ଏମାନଙ୍କ ସଂଖ୍ୟା ୭୨୨କୁ ଖସିଛି । ଉତ୍ତରାଖଣ୍ଡରେ ମଧ୍ୟ ବାଘ ସଂଖ୍ୟା ୧୮୭ କମିଛି । ୨୦୧୮ରେ ସେଠାରେ ୮୩୯ ବାଘ ଥିଲେ । ୨୦୨୨ ବେଳକୁ ୬୫୨ ବାଘ ବଞ୍ଚିଛନ୍ତି । ତେଲେଙ୍ଗାନାରୁ ୪ବର୍ଷରେ ୩୭ଟି, ଗୋଆରୁ ୯ଟି ବାଘ ଓ କେରଳରୁ ୮୦ଟି ବାଘ ଉଭାନ୍‌ ହୋଇଛନ୍ତି । ବାକି ଅନ୍ୟ ରାଜ୍ୟରେ ଏହି ସମୟ ଅବଧିରେ ବାଘ ସଂଖ୍ୟା ଢ଼େର୍‌ ବଢ଼ିଛି ।

 

Leave A Reply

Your email address will not be published.