ବଢିଲା ଗଣଶିକ୍ଷକଙ୍କ ବେତନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଗଣଶିକ୍ଷକମାନଙ୍କ ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।  ବଢିଲା ଗଣଶିକ୍ଷକଙ୍କ ଦରମା । OTET ପାସ୍ କରି ନଥିବା ଗଣଶିକ୍ଷକଙ୍କ ପାରିଶ୍ରମିକରେ ବୃଦ୍ଧି ହୋଇଛି । OTET ପାସ୍ କରିଥିବା ଏକ୍ସ କ୍ୟାଡ଼ର ସହକାରୀ ଶିକ୍ଷକ ମାନେ ପାଇବେ ବାର୍ଷିକ ଇନ୍‌କ୍ରିମେଣ୍ଟ ହୋଇଛି । ଫଳରେ ଉପକୃତ ହେବେ ୧୨ ହଜାର ୧୧୩ ଗଣଶିକ୍ଷକ । 5-T ଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ ଦିଆଯାଇଥିଲା ପ୍ରସ୍ତାବ ।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗଣଶିକ୍ଷକ ମାନଙ୍କ ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ୧୨,୧୧୩ ଜଣ ଗଣଶିକ୍ଷକ ଉପକୃତ ହେବେ । 5-T ତଥା ନବୀନ ଓଡିଶା ଅଧ୍ୟକ୍ଷ ଓ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଗଣଶିକ୍ଷକ ମାନେ ଏଥିପାଇଁ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ OTET ପାସ କରିଥିବା ଗଣଶିକ୍ଷକ ମାନଙ୍କୁ Med ଶିକ୍ଷକ (ଏକ୍ସ କ୍ୟାଡର) ଭାବରେ ନିୟମିତ କରାଯିବ। ଏହାଦ୍ୱାରା ରାଜ୍ୟର ୧୪୭୨ ଗଣଶିକ୍ଷକ ଉପକୃତ ହେବେ । ସେହିପରି OTET ପାସ କରିନଥିବା ଗଣଶିକ୍ଷକ ମାନଙ୍କ ମାସିକ ପାରିତୋଷିକ ୭ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।ଯେଉଁ ସହକାରୀ ଶିକ୍ଷକ ବା ଏକ୍ସ କ୍ୟାଡରମାନଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ମିଳୁନାହିଁ, ସେମାନଙ୍କ ମଧ୍ୟରୁ OTET ପାସ କରିଥିବା ସହକାରୀ ଶିକ୍ଷକ ବା ଏକ୍ସ କ୍ୟାଡରମାନଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ପ୍ରଦାନ କରାଯିବ । ଏହାଦ୍ୱାରା ୯୫୨୦ ସହକାରୀ ଶିକ୍ଷକ ବା ଏକ୍ସ କ୍ୟାଡର ଉପକୃତ ହେବେ । 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଗଣଶିକ୍ଷକମାନେ ଏଥିପାଇଁ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.