୯ମ ଥର ପାଇଁ ଫାଇନାଲରେ ଭାରତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଣ୍ଡର 19ରେ ଭାରତ | ଆଜି ଦକ୍ଷିଣ ଆଫ୍ରିକାକୁ ତା’ରି ମାଟିରେ ମାତ ଦେଇ ଭାରତ ୯ମ ଥର ପାଇଁ ଅଣ୍ଡର ୧୯ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳା ଯାଇଥିବା ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରେ ଦମଦାର ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ। ଦକ୍ଷିଣ ଆଫ୍ରିକାକୁ ୨ ୱିକେଟରେ ହରାଇ ସିଧାସଳଖ ଭାରତ ଫାଇନାଲକୁ ପ୍ରବେଶ କରିଛି।

ଟିମ୍ ଇଣ୍ଡିଆର ୟଙ୍ଗ ବ୍ରିଗେଡ ଚମକପ୍ରଦ ପ୍ରଦର୍ଶନ କରିଛନ୍ତି। ସେମି ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ୨ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇଛି। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୪୪ ରନ କରିଥିଲା। ୨୪୫ ରନର ଟାର୍ଗେଟ ପାଇଥିବା ଭାରତ ୭ ବଲ ପୂର୍ବରୁ ବିଜୟ ହାସଲ କରିଛି।

ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୨୪୫ ରନର ଟାର୍ଗେଟ ଦେଇଥିଲା। ଯାହାର ପିଛା କରିଥିବା ଭାରତୀୟ ଦଳ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏପରିକି ୩୨ ରନ୍ ରେ ଚତୁର୍ଥ ୱିକେଟ ହରାଇଥିଲା ଭାରତ। ତଥାପି ୭ଟି ବଲ୍ ବାକି ଥାଇ ଟାର୍ଗେଟ ରନ୍ ହାସଲ କରି ଦେଇଛି ଟିମ୍ ଇଣ୍ଡିଆ। ଆଜିର ମ୍ୟାଚରେ ଧୂଆଧାଁର ବ୍ୟାଟିଂ କରି ସାମ୍ନାକୁ ଆସିଛନ୍ତି ଆଉ ଜଣେ ସଚିନ୍।

ଟିମ୍ ର ସଚିନ୍ ଧସଙ୍କ ଧୂଆଁଧାର ୯୬ ରନ୍ ସାରା ବିଶ୍ୱର କ୍ରୀଡ଼ା ପ୍ରେମୀଙ୍କ ନଜର ଆକର୍ଷିତ କରିଛି। ଆଜିର ମ୍ୟାଚ୍ ଜିତି ପ୍ରଥମ ଟିମ୍  ଭାବେ ବିଶ୍ୱକପ୍ ରେ ପ୍ରବେଶ କରିଛି ଅଣ୍ଡର-୧୯ ଟିମ୍ ଇଣ୍ଡିଆ।

Leave A Reply

Your email address will not be published.