ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନ । ଅଧିବେଶନ ଆରମ୍ଭରୁ ବେଶ୍ ସରଗରମ ରହିଛି ଗୃହ । ଆଜି ମଧ୍ୟ ଗୃହରେ ରହିଛି ବିଭିନ୍ନ ବିଭାଗର ପ୍ରଶ୍ନକାଳ ।

କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚଶିକ୍ଷା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରଶ୍ନକାଳ ରହିଛି । ଗୃହ ଆରମ୍ଭରେ ପ୍ରଶ୍ନକାଳ ଚାଲିଥିଲା । ତେବେ ଏହି ସମୟରେ ବିରୋଧୀମାନେ ହୋହଲ୍ଲା ହଟ୍ଟଗୋଳ କରିଥିଲେ । ଫଳରେ ଚାଲିପାରନଥିଲା ବିଧାନସଭା । ସେଥିପାଇଁ ଗୃହକୁ ସାଢେ ୧୧ ଟା ଯାଏ ମୁଲତବୀ କରିଥିଲେ ବାଚସ୍ପତି ।

ସୂଚନା ଥାଉକି, ମଙ୍ଗଳବାର କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବେଦାନ୍ତ ଜମି ପ୍ରସଙ୍ଗ ଉଠାଇ ଗୃହରେ ଧାରଣା ଦେଇଥିଲେ । ଭିଜିଲାନ୍ସ ତଦନ୍ତ କରିବାକୁ ସରକାରଙ୍କୁ ନିଦେଶ ଦେବାକୁ ଦାବି କରିଥିଲା । ଯେଉଁଥିପାଇଁ ଗୃହ ଚାଲି ପାରିନଥିଲା ।  ସେପଟେ ବିଜେପି ମଧ୍ୟ ଆନ୍ଦୋଳନରତ ଗାଁ ସାଥିଙ୍କ ଦାବି କଥା ଉଠାଇ ସରକାରଙ୍କୁ ଘେରିଥିଲା।

Leave A Reply

Your email address will not be published.