ଓଡ଼ିଶାରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନ |  ଉଦିତନଗର ଛକରୁ ପାନପୋଷକୁ ପଦଯାତ୍ରା ସହ ସମାବେଶ କରିବେ। ରାଜଗାଙ୍ଗପୁର, କୁତ୍ରା ଓ ବଡ଼ଗାଁ ଦେଇ ସୁନ୍ଦରଗଡ଼ରେ ପହଞ୍ଚିବେ ।  ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ରାମପାଲରୁ ବାହାରିବେ ରାହୁଲ।ସିଧାସଳଖ ରାଉରକେଲାର ଉଦିତନଗର ଛକକୁ ଯାଇ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ।

ଏହାପରେ ସେଠାରୁ ପାନପୋଷ ଛକକୁ ପଦଯାତ୍ରା କରିବା ସହିତ ସାଧାରଣ ସଭାରେ ଜନତାଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ପାନପୋଷରେ ସାଧାରଣ ସଭା ପରେ, ସେଠାରୁ ରାଜଗାଙ୍ଗପୁର ଯିବେ ଏବଂ ଆଉ ଏକ ସାଧାରଣ ସଭାରେ ଯୋଗ ଦେବେ ରାହୁଲ ଗାନ୍ଧି। ଗତକାଲି ଝାରସୁଗୁଡ଼ାରେ ପଦଯାତ୍ରା ପରେ ଛତିଶଗଡ଼ ଯିବେଭାରତ ଯୋଡ ନ୍ୟାୟ ଯାତ୍ରାରେ ଯୋଗ ଦେବା ପାଇଁ ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଥିଲେ ରାହୁଲ ଗାନ୍ଧୀ । ଝାଡ଼ଖଣ୍ଡ ଓଡିଶା ସୀମାନ୍ତ ବୀରମିତ୍ରପୁରରେ ପ୍ରଥମେ ଯୋଗ ଦେଇଥିଲେ ରାହୁଲ ।

ସୁନ୍ଦରଗଡ଼ ଜିଲ୍ଲାର ଵିଜାଵାହାଲ ରାମପାଲ ଗ୍ରାମରେ ରାତ୍ରି ଯାପନ କରିଥିଲେ। ଆଜି ରାଉରକେଲା ସହରର ଉଦିତନଗର ଠାରୁ ପାନପୋଷ ଛକ ପର୍ଯ୍ୟନ୍ତ ପଦଯାତ୍ରା କରିବା ସହ ପାନପୋଷ ଛକଠାରେ ସାଧାରଣ ସଭା କରିବେ । ଆଜି ରାଉରକେଲା ସହରରୁ ରାଜଗାଙ୍ଗପୁର, କୁତ୍ରା ଦେଇ ସୁନ୍ଦରଗଡ଼ ଗସ୍ତ କରିବେ । ଆସନ୍ତାକାଲି ରାତିରେ ଝାରସୁଗୁଡ଼ା ଅମଲିପାଲି ପଡ଼ିଆରେ ରାତ୍ରୀ ଯାପନ କରିବା ପରେ ଆସନ୍ତା ଆଠ ତାରିଖ ଝାରସୁଗୁଡ଼ା ପୁରୁଣା ବସଷ୍ଟାଣ୍ଡ ମହାତ୍ମା ଗାନ୍ଧି ଛକ ନିକଟରୁ ଯାତ୍ରା ଆରମ୍ଭ କରିବେ। ଅପରାହ୍ନରେ ରାହୁଲ ଗାନ୍ଧୀ ଛତିସଗଡ ଅଭିମୁଖେ ଯାତ୍ରା କରିବାର କାର୍ଯକ୍ରମ ରହିଛି ।

ସେଠାରୁ କୁତ୍ରା ଓ ବଡ଼ଗାଁ ଦେଇ ସୁନ୍ଦରଗଡ଼ରେ ପହଞ୍ଚିବେ ଏବଂ ସେଠାରେ ଜନସଭା ପରେ ଝାରସୁଗୁଡ଼ା ଯିବେ ବୋଲି ସୂଚନା ମିଳିଛି। ଝାରସୁଗୁଡ଼ାରେ ରାତ୍ରି ରହଣୀ ପରେ, ଆସନ୍ତାକାଲି ସେଠାରେ ପଦଯାତ୍ରା କରିବେ ଏବଂ ସେଠାରୁ ଛତିଶଗଡ଼ ଯିବେ ରାହୁଲ |

 

Leave A Reply

Your email address will not be published.