ଓଡ଼ିଆ ନ୍ୟୁଜ୍: ଖୋ ଖୋରେ ପ୍ରଥମ ବିଶ୍ବ ଚାମ୍ପିଅନ ହେଲା ଭାରତୀୟ ମହିଳା ଦଳ। ରବିବାର ନୂଆଦିଲ୍ଲୀରେ ଖେଳାଯାଇଥିବା ଫାଇନାଲରେ ଭାରତୀୟ ମହିଳା ଦଳ ଏକତରଫା ଢଙ୍ଗରେ ନେପାଳକୁ ୩୮ ପଏଣ୍ଟ ବ୍ୟବଧାନରେ ସହଜରେ ପରାସ୍ତ କରି ଟାଇଟଲ ହାତେଇଛି।
ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ପରଠାରୁ କ୍ରମାଗତ ଭାବେ ଆଧିପତ୍ୟ ବଜାୟ ରଖିଥିବା ଭାରତୀୟ ମହିଳା ଦଳ ଫାଇନାଲରେ ସମାନ ଶୈଳୀ ଜାରି ରଖି ନେପାଳକୁ ୭୮-୪୦ ସ୍କୋରରେ ପରାସ୍ତ କରି ଚାମ୍ପିଅନସିପ୍ ଦଖଲ କରିଛି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମରେ ଜାନୁଆରି ୧୩ରୁ ପ୍ରଥମ ଖୋ ଖୋ ବିଶ୍ୱକପ୍ ଆରମ୍ଭ ହୋଇଥିଲା ଏବଂ ପ୍ରଥମ ମ୍ୟାଚ୍ ରେ ଭାରତୀୟ ମହିଳା ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୭୬ ପଏଣ୍ଟ ହାସଲ କରି ବଡ଼ ବିଜୟ ହାସଲ କରିଛି।