ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭାରତ ଆସିବ ମୋଷ୍ଟ ୱାଟେଂଡ ଆତଙ୍କବାଦୀ ତାହାଉର ରାଣା । ଆମେରିକା କାଲିଫର୍ଣ୍ଣି÷ଆର ଏକ କୋର୍ଟ ପାକିସ୍ତାନୀ ମୂଳ ବ୍ୟବସାୟୀ ତାହାଉର ରାଣାଙ୍କୁ ଭାରତ ପଠାଇବାକୁ ଅନୁମତି ପ୍ରଦାନ କରିଛନ୍ତିୀ । ଏନେଇ ଦୀର୍ଘବର୍ଷ ହେବ ଦାବି କରି ଆସୁଥିଲା ଭାରତ । ୨୦୦୮ ମସିହା ନଭେମ୍ବର ୨୬ ମୁମ୍ବାଇରେ ହୋଇଥିବା ବଡ ଧରଣର ଆତଙ୍କବାଦିୀ ଘଟଣଶର ମାଷ୍ଟର ମାଇଣ୍ଡ ହେଉଛି ରାଣା ।
ଲସ୍କର ଏ ତୋୟବା ସହ ହାତ ମିଳାଇ ଏହି ଆତଙ୍କୀ ଆକ୍ରମଣ କରିଥିଲା ଆତଙ୍କବାଦୀ । ୨୦୨୦ ଜୁନରେ ଭାରତ ରାଣାର ପ୍ରତ୍ୟାବର୍ତନ ପାଇଁ ଆମେରିକା ସରକାରଙ୍କୁ ନିବେଦନ କରିଥିଲା । ତେବେ ଆମେରିକା ଏଥିରେ ରାଜି ହୋଇଛି । ଖୁବ୍ ଶୀଘ୍ର ମୋଷ୍ଟ ୱାଟେଂଡ ଆତଙ୍କବାଦୀ ତାହାଉର ରାଣାକୁ ଭାରତକୁ ହସ୍ତାନ୍ତର କରିବ ।