ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କର ଅଭିନବ ପ୍ରୟାସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କର ଅଭିନବ ପ୍ରୟାସ | ସାମାଜିକ ଚଳଣି ସହିତ ଶିକ୍ଷାର ମାନଦଣ୍ଡ ବୃଦ୍ଧି ପାଇଁ ଗାଁ ହାଟ ମାଧ୍ୟମରେ ସଚେତନତା ବାର୍ତା ବଣ୍ଟନ | ସୂଚନା ଅନୁଯାୟୀ ରାଜ୍ୟସରକାର ଛାତ୍ରଛାତ୍ରୀମାନଙ୍କର ଉନ୍ନତ ଓ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ ପାଇଂ ସମସ୍ତ ଵିଦ୍ୟାଳୟକୁ ୫ଟିରେ ରୂପାନ୍ତରିତ କରିଥିଲା |

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଶାଳିକୋଠା ସଦାଶିବ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କର ସାମାଜିକ ଚଳଣି ଓ ଭବିଷ୍ୟତରେ ପିଲାମାନଙ୍କ ଭବିଷ୍ୟତ କାର୍ଯ୍ୟ ପନ୍ଥା କୁ ଚିରତାର୍ଥ କରିବା ସହିତ ଗ୍ରାମୀଣ ଚିନ୍ତାଧାରାକୁ ବିକଶିତ କରିବା ଲକ୍ଷ୍ୟରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଗାଁ ହାଟ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟର ଶିକ୍ଷକଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ପ୍ରଥମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଦ୍ୱାରା ଷ୍ଟଲ ମାଧ୍ୟମରେ ପନିପରିବା, ଇଟିଲି, ବରା,
ବିସ୍କୁଟ, ଲୁଗା, ମୁଢି, ଛାଞ୍ଚୁଣି, ଘରକରଣା ଜିନିଷ, ବନ୍ୟାଜାତ ଜିନିଷ ଲାଖ, ଝୁନା, ମହୁଲ ସହିତ ବହୁ ଜିନିଷ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା  |

ଏଥିରେ ଗଣିତ, ପରିସଂଖ୍ୟାନ, ଲୋକଙ୍କ ସହିତ ଭାବର ଆଦାନ ପ୍ରଦାନ, ଓ ବେକାର ଦୁନିଆରେ ଆତ୍ମନିର୍ଭର ଶୀଳ ହେବାର ଶିକ୍ଷାର୍ଯ୍ୟନ କରିବା ସହିତ ଜାତି ଧର୍ମବର୍ଣ ନିର୍ବିଶେଷରେ ସମସ୍ତଙ୍କ ମଧ୍ୟରେ ସଦ୍ଭାବନା ସୃଷ୍ଟି କରିବା ଚୋରି ଛୀନତାଇ ରୋକିବା ଓ ସମସ୍ତ ଏକ ମନ ଏକ ପ୍ରାଣରେ ଚାଲିବାକୁ ସମାଜକୁ ସନ୍ଦେଶ ଦେବା ହାଟର ମୂଳଲକ୍ଷ ଥିବା ବେଳେ ପିଲାମାନେ ବହୁତ ଆଗ୍ରହ ସହକାରେ ସମସ୍ତ କାର୍ଯ୍ୟକରୁଥିବା ଦେଖିବାକୁ ମିଳିଛି  | ବିଦ୍ୟାଳୟ ତରଫରୁ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା | ତତ୍ ସହିତ ଅନ୍ୟା ବିଦ୍ୟାଳୟର ଛାତ୍ରଛାତ୍ରୀ ଆସି ବୁଲି ଦେଖିବାସହିତ କିଣାକିଣି କରୁଥିବା ଦେଖିବାକୁ ମିଳିଛି |

Leave A Reply

Your email address will not be published.