ସ୍ନାନ କରିବାକୁ ଯାଇ ଯୁବକ ମୃତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ରାଜଘାଟ ବାରୁଣୀ ପଡ଼ିଆ ଠାରେ ସୁବର୍ଣ୍ଣରେଖା ନଦୀ ରେ ସ୍ନାନ କରିବାକୁ ଯାଇ ଯୁବକ ମୃତ।

ସୂଚନା ଅନୁସାରେ ଯାଜପୁର ଜିଲ୍ଲା ଜହ୍ନା ଅଞ୍ଚଳ ର ୭୦ ରୁ ଉର୍ଦ୍ଧ୍ବ ଲୋକ ମହାବୀର ନାମକ ବସ ଯୋଗେ କଲିକତା ,ଗଙ୍ଗାସାଗର , ମାୟାପୁର ଆଦି ସ୍ଥାନ ତୀର୍ଥ ଯାତ୍ରା ସାରି ଫେରୁଥିବାବେଳେ | ରାଜଘାଟ ବାରୁଣୀ ପଡ଼ିଆ ନିକଟରେ ସକାଳ ୭ ଟା ସମୟରେ ସ୍ନାନ କରିବାକୁ ଗାଡ଼ି ରଖିଥିଲେ। ସମସ୍ତ ଯାତ୍ରୀ ସୁବର୍ଣ୍ଣରେଖା ନଦୀ ରେ ସ୍ନାନ କରୁଥିବା ବେଳେ ଜଣେ ଯୁବକ ପାଣିରେ ବୁଡି ଯାଇଥିଲେ।

ତେବେ ଯୁବକ ଜଣକୁ ତୁରନ୍ତ ଉଦ୍ଧାର କରି ବସ୍ତା ଡ଼ାକ୍ତରଖାନା କୁ ଆଣିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକ ହେଲେ ଯାଜପୁର ଜିଲ୍ଲା ଜହ୍ନା ଗ୍ରାମ ର କୃଷ୍ଣଚନ୍ଦ୍ର ଭୋଳ ଙ୍କ ୩୨ ବର୍ଷର ପୁତ୍ର ଅଜିତ ଭୋଳ ବୋଲି ଜଣାପଡିଛି। ମେଡିକାଲ କତୃପକ୍ଷ ଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ତେବେ ତୀର୍ଥଯାତ୍ରୀ ମାନେ ପୁରୀ ଯାଇ ଶ୍ରୀମନ୍ଦିର ଦର୍ଶନ କରିବାକୁ ଥିବା ବେଳେ ଅଧାରେ ରହିଗଲା ଜଗା ଦର୍ଶନ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.