ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଷ୍ଣୁପୁରରେ ଜଗନ୍ନାଥଙ୍କ ୨୪ ବେଶ ଦର୍ଶନ ମହା ଉତ୍ସବ ଶୁଭାରମ୍ଭ | ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଦ୍ଵାରା ତିନିଶହ ଏକ କଳସ ଶୁଭାଯାତ୍ରାରେ ପାଣି ଆଣି ଯଜ୍ଞ ବେଦିରେ ସ୍ଥାପିତ। ବାଲେଶ୍ବର ଜିଲ୍ଳା ବାଲିଆପାଳ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ପଞ୍ଚାୟତର ବିଷ୍ଣୁପୁର ମକର ପଡ଼ିଆରେ ଶନିବାର ସନ୍ନ୍ୟାସୀ ଦାସ ଫାଉଣ୍ଡେସନ ଓ ମକର କମିଟି ପକ୍ଷରୁ ଜଗନ୍ନାଥ ମହୋତ୍ସବ ଓ ଜଗନ୍ନାଥଙ୍କ ୨୪ ବେଶ ଦର୍ଶନ କାର୍ଯ୍ୟକ୍ରମ ଏକ ଭବ୍ୟ ପରିବେଶ ମଧ୍ୟରେ ଶୁଭାରମ୍ଭ ହୋଇଯାଇଛି। ଏହି ଅବସର ରେ ସୁବର୍ଣ୍ଣରେଖା ନଦୀରୁ ୩୦୧ ମହିଳା ମାନଙ୍କ ଦ୍ଵାର କଳସ ଶୋଭା ଯାତ୍ରାରେ ପାଣି ଆଣି ଏଠାରେ ଅନୁଷ୍ଠିତ ଯଜ୍ଞ ବେଦିରେ ସ୍ଥାପିତ କରାଯାଇଛି।
ବିଷ୍ଣୁପୁର ଗ୍ରାମର ଜଗନ୍ନାଥ ପ୍ରେମୀଙ୍କ ସହିତ ତିନିଶହ ଏକ ମହିଳା ଭକ୍ତ ମାନେ ବିରାଟ ପଟୁଆରରେ ସୁବର୍ଣ୍ଣରେଖା ନଦୀ ପରିଡ଼ା ଘାଟରୁ ଭକ୍ତି ପୋତ ଭାବରେ କଳସରେ ଜଳ ଆଣି ଯଜ୍ଞ ବେଦୀରେ ସ୍ଥାନିତ କରିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା।ଏହି ଶୋଭାଯାତ୍ରାରେ ଜୟ ଜଗନ୍ନାଥ ଧ୍ଵନୀ ଆଖପାଖକୁ ପ୍ରକମ୍ପିତ କରି ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନାମ ସଙ୍କୀର୍ତ୍ତନରେ ଯଜ୍ଞ ବେଦୀରେ ପହଞ୍ଚିଥିଲେ।
ଉତ୍ସବ କମିଟିର ସଭାପତି ପଞ୍ଚାନନ ସେଠୀ, ସଂପାଦକ ସରୋଜ କୁମାର ଦାସ, ଉପ ସଭାପତି ଶଶି କାନ୍ତ ପ୍ରଧାନ ,ନାରାୟଣ ପଣ୍ଡା, ଶୁଶାନ୍ତ ଦାସ,ଙ୍କ ସହିତ କମିଟିର ଉପଦେଷ୍ଟା ନବୀନ କୁମାର ପାତ୍ର,ବିନୟ ସି, କମିଟିର ସଦସ୍ୟ ରଞ୍ଜନ କୁମାର ଦେ, ସୁବ୍ରତ କୁମାର ପାତ୍ର, ମନୋଜ କୁମାର ଦାସ, ପରେଶ କୁମାର ଭୋଳ, ଚନ୍ଦନ କୁମାର ଦାସ, ସରୋଜ କୁମାର ସି, ରମେଶ କୁମାର ସେଠୀ , ଶୁଶାନ୍ତ ପାତ୍ର, ରାଧା ଶ୍ୟାମ ଗାଙ୍ଗାଇ, ଅଭିଳାଷ ଖଣ୍ଡାଙ୍କ ସହିତ ବିଷ୍ଣୁ ପୁର ଗ୍ରାମବାସୀ କାର୍ଯ୍ୟକ୍ରମରେ ସାମିଲ ଥିଲେ।