ପଦ୍ମଶ୍ରୀ କମଳା ପୂଜାରୀଙ୍କୁ କଟକ ମେଡ଼ିକାଲକୁ ସ୍ଥାନାନ୍ତରିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଆଜି ସନ୍ଧ୍ୟାରେ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଗତ ଦୁଇ ତାରିଖରେ ଜ୍ବର ହୋଇଥିବାରୁ ତାଙ୍କୁ କୋରାପୁଟ ଜିଲ୍ଲା ସଦର ମହକୁମା ଡାକ୍ତରଖାନା, ଜୟପୁରର ସ୍ଵତନ୍ତ୍ର କେବିନରେ ରଖାଯାଇ ଚିକିତ୍ସା କରାଯାଉଥିଲା ।

ହସପିଟାଲ ଅଧିକ୍ଷକ ଡାକ୍ତର ରବି ନାରାୟଣ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଡାକ୍ତର ସୁନୀଲ କୁମାର ଭତ୍ରା, ଡାକ୍ତର ଦୀପ୍ତି ପ୍ରକାଶ ମହାପାତ୍ର,ଡାକ୍ତର ସୁବ୍ରତ କଅଁର, ଡାକ୍ତର ରତିକାନ୍ତ ଖଟୁଆ ଏବଂ ଡାକ୍ତର ଦିଲିପ ବିଶ୍ବାଳଙ୍କୁ ନେଇ ଡାକ୍ତରୀ ଦଳ ଗଠନ କରାଯାଇଥିଲା । ତାଙ୍କର ସମସ୍ତ ପ୍ରକାର ପରୀକ୍ଷା କରାଯିବା ପରେ କିଡନୀ ଜନିତ ସମସ୍ୟା ରହିଥିବା କାରଣରୁ ଅଧିକା ଚିକିତ୍ସା ନିମନ୍ତେ କଟକ ପଠାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର କାହ୍ନୁ ଚରଣ ପାତ୍ର କହିଛନ୍ତି । କଟକ ମେଡ଼ିକାଲର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରାଯିବା ପରେ ବିଏଲଏସ ଆମ୍ବୁଲାନ୍ସ ଯୋଗେ କଟକ ପଠାଯାଇଥିବା ସେ କହିଛନ୍ତି।

ଏଥି ପୂର୍ବରୁ ଜୟପୁର ହସପିଟାଲକୁ ଜୟପୁର ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡା, ଜୟପୁର ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଏବଂ ଜୟପୁର ବିଡିଓ ଶକ୍ତି ମହାପାତ୍ର ପ୍ରମୁଖ ଯାଇ ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ଆମ୍ବୁଲାନସରେ ତାଙ୍କର ବଡପୁଅ ଯାଇଥିବା ବେଳେ ସ୍ଥାନାନ୍ତରିତ ସମୟରେ ଜୟପୁର ବିଡିଓ ଶକ୍ତି ମହାପାତ୍ର , ଜୟପୁର ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଏବଂ ଜୟପୁର ମେଡ଼ିକାଲର ଡାକ୍ତର ମାନଙ୍କ ସହ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.