ବାସୁଦେବପୁର ପୌର ପରିଷଦରେ ଶ୍ରୀ ଜଗନ୍ନାଥ ଅର୍ପଣ ରଥ ଶୁଭାରମ୍ଭ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାସୁଦେବପୁର ପୌର ପରିଷଦରେ ଶ୍ରୀ ଜଗନ୍ନାଥ ଅର୍ପଣ ରଥ ଶୁଭାରମ୍ଭ। ବାସୁଦେବପୁର – ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ମନ୍ଦିର ପରିସର ରେ ବାସୁଦେବପୁର ପୌର ପରିଷଦ ପକ୍ଷରୁ ଶ୍ରୀ ଜଗନ୍ନାଥ ଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ଜଗନ୍ନାଥ ଅର୍ପଣ ରଥ ଶୁଭାରମ୍ଭ ହୋଇ ଯାଇଛି।

ପୌର ଅଧ୍ୟକ୍ଷା ନିବେଦିତା ବେହେରା, ପୌର ଅଧିକାରୀ ସମୀର ରଞ୍ଜନ ଦାଶ, ପୌର ଉପାଧ୍ୟକ୍ଷ ଉତ୍ତମ ବାରିକ୍, ସ୍ଥାନୀୟ କାଉନସିଲର ଜୟନ୍ତୀ ସାହୁ ଓ କୁନ୍ତଳା ସେଠୀ ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ। ଏହି ଅବସର ରେ ଏସ ଡି ପି ଓ ସୌରଭ ଅତା ଓ ଥାନା ଅଧିକାରିଣୀ ଲୋପାମୁଦ୍ରା ନାୟକ, ସମାଜସେବୀ ଶୁଭେନ୍ଦୁ ଭୂଷଣ ବେହେରା, ପୂର୍ବତନ କାଉନସିଲର ମାନସ ସାହୁ, କାଳନ୍ଦୀ ସାହୁ, ସୁଶାନ୍ତ ସେଠୀ, ମାନସ ପଟ୍ଟ ନାୟକ , ଗୌତମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସର ରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡ଼ିକ ର ସଦସ୍ୟ ମାନେ ଉପସ୍ଥିତ ରହି ଶଙ୍ଖ ହୁଳୁ ହୁଳି ଦେଇ ରଥ ଶୁଭାରମ୍ଭ କାର୍ଯ୍ୟ ରେ ଯୋଗ ଦେଇଥିଲେ। ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ମନ୍ଦିର ପରିସର ରେ ଏକ ଭକ୍ତି ପୂର୍ଣ୍ଣ ପରିବେଶ ସୃଷ୍ଟି ହେବା ସହ ଜୟ ଜଗନ୍ନାଥ ଧ୍ବନି ରେ ଚତୃଦିଗ ପ୍ରକମ୍ପିତ ହୋଇଥିଲା। ଏହି ଅବସର ରେ ଏହି ରଥ ୱାର୍ଡ ୧୧,୧୨,୧୩,୧୪ ବୁଲିବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣା ଯାଇଛି। ପୌର ପରିଷଦ ର ଏହା ସହ ଅନ୍ୟ ତିନି ଗୋଟି ସ୍ଥାନ ରେ ଆଜି କୁ ଲଗାଇ ଚାରି ଦିନ ପର୍ଯ୍ୟନ୍ତ ହେବ ଏବଂ ସବୁ ୱାର୍ଡ ପ୍ରତି ଘର ଘର କୁ ଯାଇ ଅରୁଆ ଚାଉଳ, ଗୁଆ ସଂଗ୍ରହ ହେବ ବୋଲି ଜଣା ଯାଇଛି।

Leave A Reply

Your email address will not be published.