ମହିଳା ମହାବିଦ୍ୟାଳୟରେ ବିଶ୍ଵ ମହିଳା ଦିବସ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହିଳା ମହାବିଦ୍ୟାଳୟରେ ବିଶ୍ଵ ମହିଳା ଦିବସ ପାଳିତ | ସ୍ଥାନୀୟ ମହିଳା ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ “ବିଶ୍ଵ ମହିଳା ଦିବସ “ପାଳିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ରବି ଶଙ୍କର ଶତପଥୀ ଙ୍କ ମାର୍ଗଦର୍ଶନ ଓ ଅଧ୍ୟାପିକା ରାଜଶ୍ରୀ ଦାସ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍. ଏସ.ଏସ.ର ଉପଦେଷ୍ଠା ଅଧ୍ୟାପକ ବିଜୟ କୁମାର ରାମ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଜାତୀୟ ସେବା ଯୋଜନା ର ପ୍ରୋଗ୍ରାମ ଅଫିସର ଡକ୍ଟର ରାଜେନ୍ଦ୍ର ମଣ୍ଡଳ ବିଶ୍ଵ ମହିଳା ଦିବସ ପାଳନ ର ଉଦ୍ଦେଶ୍ୟ,ଆଭିମୁଖ୍ୟ ସଂପର୍କ ରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ରାଇରଙ୍ଗପୁର କେରଲା ପବ୍ଲିକ ସ୍କୁଲ ର ଶିକ୍ଷୟତ୍ରୀ ସନ୍ତୋଷୀ ରାମ ଯୋଗଦାନ କରି ଶିକ୍ଷା, ଧର୍ମ, ରାଜନୀତି, କଳା, ବିଜ୍ଞାନ କ୍ଷେତ୍ରରେ ମହିୟସୀ ମହିଳାଙ୍କ ସଫଳତା ଅର୍ଜନର ଗୁଣଗାନ ସହିତ ସାମ୍ପ୍ରତିକ ସମୟରେ ନାରୀମାନଙ୍କ ପ୍ରତି ହେଉଥିବା ହିଂସା ଓ ଅତ୍ୟାଚାର ରୋକିବାକୁ ଆହ୍ବାନ ଦେଇଥିଲେ।

ଛାତ୍ରୀମାନେ ନିଜେ ସଚେତନ ହୋଇ ଅନ୍ୟ କୁ ସଚେତନତା କରାଇବାକୁ ଯାଇ ସମାଜ ପାଇଁ ସନ୍ଦେଶ ଦେଇ” ବେଟି ବଚାଓ: ବେଟି ପଢ଼ାଓ” ଏବଂ “ଆମେ ସମସ୍ତେ ଆଜିର ନାରୀ : ଶାସ୍ତି ପାଇବେ ଅତ୍ୟାଚାରୀ ” ଆଦି ନାରା ଦେଇଥିଲେ । ଏହି କାର୍ଯ୍ୟ କ୍ରମରେ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଯୋଗଦାନ କରିଥିଲେ ଓ ଶେଷରେ ଶ୍ୟାମ ସୁନ୍ଦର ମଣ୍ଡଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.