ସରକାରଙ୍କ ଦୃଷ୍ଟି ଆଢୁଆଳରେ ବାବା ଜଗେଶ୍ବର ମନ୍ଦିର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସରକାରଙ୍କ ଦୃଷ୍ଟି ଆଢୁଆଳରେ ବାବା ଜଗେଶ୍ବର ମନ୍ଦିର | ଆଜି ପବିତ୍ର ଶିବ ରାତ୍ରୀ | ଏହି ଉପଲକ୍ଷେ ଓଡିଶା ତଥା ଭାରତର କୋଣ ଅନୁକୋଣରେ ଥିବା ଶିବ ମନ୍ଦିରରେ ଭକ୍ତମାନଙ୍କର ଭିଡ ଦେଖାଯାଇଥାଏ | ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ବ୍ଲକ ପୁରୁଣାପାଣି ଗ୍ରାମପଞ୍ଚାୟତ ଅଧିନସ୍ତ ସିମିଳିନାଳୀ ଗ୍ରାମରେ ଥିବା ଶିବମନ୍ଦିର ରେ ବାବା ଜଗେଶ୍ବର ବହୁପୁରାତନ କାଳରୁ ପୂଜା ହୋଇଆସୁଛନ୍ତି | ବାବା ସିଦ୍ଧିଦାତା ଭାବେ ଭକ୍ତମାନଙ୍କର ମନୋବାଞ୍ଚା ପୂରଣ କରୁଛନ୍ତି ବୋଲି ଅଞ୍ଚଳବାସୀ ମତବ୍ୟକ୍ତ କରିଥିଲେ |

ବାବା ଆପେ ଆପେ ମାଟିତଳୁ ଆବିର୍ଭାବ ହୋଇଥିବାରୁ ତାଙ୍କର ଦିଗଦର୍ଶନ ଅତୁଳନୀୟ | ପବିତ୍ର ଶିବ ଚତୁର୍ଦ୍ଦଶୀ ହୋଇଥିବାରୁ ଉକ୍ତମାନେ ନିଜର ମନୋକାମନା ପୂର୍ତ୍ତୀ ନିମନ୍ତେ ଉପବାସ କରିବା ସହିତ ରାତ୍ରୀକାଳରେ ଜାଗର ରହି ଦୀପ ଜାଳିଥାନ୍ତି | ଉକ୍ତ ମନ୍ଦିରରେ ପବିତ୍ର ଦିବସରେ ସକାଳ ଠାରୁ ରାତ୍ରୀକାଳ ପର୍ଯ୍ୟନ୍ତ ଭକ୍ତମାନଙ୍କର ନାହିଁ ନ ଥିବା ଭିଡ ପରିଦୃଶ୍ୟମାନ ହୋଇଥିଲା | କିନ୍ତୁ ଏ ମନ୍ଦିରଟି ସରକାରଙ୍କ ଦୃଷ୍ଟି ଆଢୁଆଳରେ ଥିବା ଭଳି ଲାଗେ କାରଣ ଏହା ସିମିଳିନାଳୀ ଜଙ୍ଗଲରେ ଥିବାରୁ ମନ୍ଦିରକୁ ଯିବା ପାଇଁ ପୋଲ ନାହିଁ, ରାସ୍ତାର ବିକାଶ ମଧ୍ୟ ହୋଇପାରିନାହିଁ | ପୁଣି ମନ୍ଦିର ନିର୍ମାଣ ପାଇଁ ଯୋଜନା, ଯୋଜନାରେ ହିଁ ରହିଯାଉଛି |

ଏଣୁ ସରକାରଙ୍କ ଠାରେ ଏହାର ଉନ୍ନତିକରଣ ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି | ଏହି ଭବ୍ୟ ମନ୍ଦିର କାର୍ଯ୍ୟକ୍ରମରେ କମିଟୀ ପକ୍ଷରୁ ଅଶ୍ବିନୀ ମହାନ୍ତ, ପ୍ରହଲ୍ଲାଦ ମହାନ୍ତ, ରଜତ ମହାନ୍ତ, ବିରଞ୍ଚି ମହାନ୍ତ, ଡାକ୍ତର ମହାନ୍ତ, ମଣ୍ଟୁ ମୁଣ୍ଡା, ଭକ୍ତ ମହାନ୍ତ, ପିଣ୍ଟୁ ମୁଣ୍ଡା ଓ ମୋହନ ମହାନ୍ତ ସାହାଯ୍ୟ ଓ ସହଯୋଗ କରିଥିଲେ | ସେହିପରି ବାମନଘାଟୀ ଉପଖଣ୍ଡର ସମସ୍ତ ବ୍ଲକରେ ମଧ୍ୟ ହର୍ଷଉଲ୍ଲାସରେ ଶିବରାତ୍ରୀ ପାଳିତ ହୋଇଯାଇଛି | ବିଶେଷ କରି ସହରସ୍ତ କୁଚେଇବୁଢୀ, ଇଚିଣ୍ଡା, ଅଳାଁଡୁବା, ଗଢ, ଶ୍ରୀ ଜଗନ୍ନାଥ ମନ୍ଦିର, ସାକଲାଡିହିର ଶିବମନ୍ଦିର ସତ୍ୟସାଇ ମନ୍ଦିରରେ ଭକ୍ତମାନେ ଦୀପଜାଳି ନିଜର ମନୋବାଞ୍ଚା ପ୍ରଭୁଙ୍କୁ ଜଣାଇଥିଲେ | ମନ୍ଦିର କମିଟୀ ପକ୍ଷରୁ ସମସ୍ତ ମନ୍ଦିରରେ ଅନ୍ନପ୍ରସାଦ ବଣ୍ଟନ ହେଉଥିବା ବେଳେ ରାତ୍ରୀଜାଗରଣ ସମୟରେ କେଉଁଠି ପାଲା ଦାସକାଠିଆ, ଗୀତନାଚ ତ ଆଉକେଉଁଠି ଭଜନସଂନ୍ଧ୍ୟାର କାର୍ଯ୍ୟକ୍ରମ ହୋଇଥିଲା |

Leave A Reply

Your email address will not be published.