ଆଇପିଏଲରେ-୨୦୨୨: ସୁପରଜାଏଣ୍ଟ୍ସ ଓ ନାଇଟ ରାଇଡର୍ସ ରୋମାଞ୍ଚକ ମୁକାବିଲା ଆଜି

0

ମୁମ୍ବାଇ(ଓଡ଼ିଆ ନ୍ୟୁଜ୍‌): ଚଳିତ ଆଇପିଏଲ୍ର ୬୬ ତମ ଲିଗ୍ରେ ଆଜି ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ରୋମାଂଚକ ମୁକାବିଲା ହେବ। ଉଭୟ ଦଳ ଆଜି ଖେଳିବେ ଶେଷ ଲିଗ୍ ମ୍ୟାଚ୍ । ୧୬ ପଏଣ୍ଟ ହାସଲ କରିସାରିଥିବା ସୁପରଜାଏଣ୍ଟ୍ସ ବିଜୟ ସହ ପ୍ଲେ-ଅଫ୍ରେ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବାକୁ ଥିବା ବେଳେ ନାଇଟ୍ ରାଇଡର୍ସ ପାଇଁ ଏହି ମ୍ୟାଚ୍ କରବା ମର ପରିସ୍ଥିତି ସୃଷ୍ଟି କରିଛି। ୧୨ ପଏଣ୍ଟ ହାସଲ କରିଥିବା ନାଇଟ୍ ରାଇଡର୍ସ ବଡ ବ୍ୟବଧାନରେ ବିଜୟ ହାସଲ କରି ପଏଣ୍ଟ ସଂଖ୍ୟା ୧୪ କୁ ବୃଦ୍ଧି କରିବାକୁ ଲକ୍ଷ ରଖିବ।

ନାଇଟ୍ ରାଇଡର୍ସ ଶେଷ ୨ଟି ମ୍ୟାଚ୍ରେ ବିଜୟୀ ହୋଇଥିବା ବେଳେ ଏହାର ରନ୍ ରେଟ୍ ୦.୧୬୦ ରହିଛି । ଫଳରେ ବିଜୟ ଧାରା ଜାରି ରଖିବାକୁ ଦଳ ପ୍ରୟାସ କରିବ । ଅଜିଙ୍କ୍ୟା ରାହାଣେଙ୍କ ଆହତ ସମସ୍ୟା ଦଳକୁ ପ୍ରବାଭିତ କରିପାରେ । କାରଣ ପୂର୍ବରୁ ପ୍ୟାଟ୍ କମିନ୍ସ ମଧ୍ୟ ଆହତ ହୋଇ ବାଦ ପଡ଼ିସାରିଛନ୍ତି । ସୁପରଜାଏଣ୍ଟ୍ସ ଦଳ ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଥିଲେ ହେଁ ଏପର‌୍ୟ୍ୟନ୍ତ ବ୍ୟାଟିଂ ବିଭାଗ ତ୍ରୁଟି ଦୂର କରିପାରି ନାହିଁ । ତେବେ ସୁପରଜାଏଣ୍ଟ୍ସ ପ୍ଲେ-ଅଫ ପୂର୍ବରୁ ସବୁ ତ୍ରୁଟି ସୁଧାରି ଆଗକୁ ବଢିବାର ଲକ୍ଷ ରଖିବ ।

Leave A Reply

Your email address will not be published.