ଆଇପିଏଲ ମହାସମର, ଗୁଜରାଟ ଆଗରେ ୧୭୩ ରନର ଟାର୍ଗେଟ ରଖିଲା ଚେନ୍ନାଇ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଚାଲିଛି ଆଇପିଏଲ ମହାସମର । ମଇଦାନରେ ଲଢେଇ କରୁଛନ୍ତି ସବୁ ଦଳ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ପ୍ରଥମ କ୍ବାଲିଫାୟର-୧ରେ ଗୁଜରାଟ ଆଗରେ ୧୭୩ ରନର ଲକ୍ଷ୍ୟ ରଖିଛି ଚେନ୍ନାଇ ସୁପରକିଙ୍ଗସ୍ । ଏହି ମ୍ୟାଚରେ ଗୁଜରାଟ ଟାଇଟନ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ ୧୭୨ ରନ କରିଥିଲା । ଦଳର ଦୁଇ ଓପନର ଋତୁରାଜ ଗାଇକ୍ବାଡ୍ ଓ ଦେବନ୍ କନଓ୍ବେ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଗାଇକ୍ବାଡ୍ ୬୦ ରନ କରିଥିଲେ ଓ କନଓ୍ବେ ୪୦ ରନ କରିଥିଲେ । କିନ୍ତୁ ଏହି ଦୁଇ ଓପନର ଆଉଟ ହେବା ପରେ ଦଳର ମଧ୍ୟକ୍ରମ ବିଫଳ ହୋଇଥିଲେ ଓ ଦଳ ଅଳ୍ପ ରନ ବ୍ୟବଧାନରେ ବେଶ କେତୋଟି ଓ୍ବିକେଟ ହରାଇଥିଲା ।

ଅଧିନାୟକ ମହେନ୍ଦ୍ର ସିଂ ଧୋନି ମାତ୍ର ୧ ରନ କରି ଆଉଟ ହୋଇଥିଲେ । କେବଳ ରବୀନ୍ଦ୍ର ଜାଦେଜା ୨୨ ରନ କରି ଦଳୀୟ ସ୍କୋରକୁ ଏକ ଭଲ ସ୍ଥିତିକୁ ନେଇଯାଇଥିଲେ । ସେହିପରି ଅମ୍ବାତି ରାୟଡୁ ୧୭ରନ କରିଥିଲେ । ଗୁଜରାଟ ପକ୍ଷରୁ ମୋହିତ ଶର୍ମା ଓ ମହମ୍ମଦ ସମି ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଆଜିର ମ୍ୟାଚରେ ବିଜୟୀ ଦଳ ସିଧାସଳଖ ଫାଇନାଲକୁ ଯିବ । ତେବେ ଆଜି କିଏ ବାଜି ଜିତୁଛି ତାହା ଦେଖିବାକୁ ବାକି ରହିଲା ।

 

Leave A Reply

Your email address will not be published.