କୋରାପୁଟ ବିଧାୟକ ରଘୁରାମ ପୋଡାଲଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କୋରାପୁଟ ବିଧାୟକ ରଘୁରାମ ପୋଡାଲଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ଆଜି କୋରାପୁଟ ଜିଲ୍ଲାର ଲମତାପୁଟ ଅଞ୍ଚଳରେ କିଛି କଂଗ୍ରେସ କର୍ମୀ ବିଜେଡି ବିଧାୟକ ରଘୁରାମ ପୋଡାଲଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିବା ଅଭିଯୋଗ ହୋଇଛି । ବିଧାୟକ ଲମତାପୁଟ ବ୍ଲକରେ ଏକ ନୂତନ ପଞ୍ଚାୟତ କମିଟି କାର୍ଯ୍ୟାଳୟ ଭବନ ଉଦଘାଟନ କରିବାକୁ ଯାଉଥିବା ବେଳେ  ଘଟିଛି ଏହି ଘଟଣା ।

ସୂଚନା ଅନୁଯାୟୀ, କୋରାପୁଟ ନିର୍ବାଚନ ମଣ୍ଡଳୀ ଲମତାପୁଟ ବ୍ଲକରେ ନୂତନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଉଦଘାଟନ କରିବା ପାଇଁ ପୋଡାଲଙ୍କ ଗାଡି ଏହି ଅଞ୍ଚଳରେ ପ୍ରବେଶ କରୁଥିବା ବେଳେ ଉପସ୍ଥିତ ଥିବା ବହୁ କଂଗ୍ରେସ କର୍ମୀମାନେ ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡା ଫିଙ୍ଗିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ଖବର ପାଇ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ । ଏଥିସହ କୌଣସି ଅଘଟଣକୁ ରୋକିବା ପାଇଁ ଉକ୍ତ ଅଞ୍ଚଳରେ ନିୟୋଜିତ ହୋଇଥିଲେ ପୋଲିସ କର୍ମଚାରୀ ।

Leave A Reply

Your email address will not be published.