ଅଗ୍ନିକାଣ୍ଡରେ ଜଳିଗଲା ପାତ୍ରପଡ଼ା V2 ସପିଙ୍ଗ ମଲ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅଗ୍ନିକାଣ୍ଡରେ ଜଳିଗଲା ପାତ୍ରପଡ଼ା V2 ସପିଙ୍ଗ ମଲ । ମାଷ୍ଟରକ୍ୟାଣ୍ଟିନ ନିକଟସ୍ଥ ପେନ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟଣା ପରେ ପାତ୍ରପଡା ସ୍ଥିତ V2 ସପିଙ୍ଗ ମଲରେ ଘଟିଛି ଅଗ୍ନିକାଣ୍ଡ । V2 ସପିଙ୍ଗ ମଲ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟସର୍କିଟରୁ ଘଟିଥିବା ଅନୁମାନ କରାଯାଉଛି । ପ୍ରଥମେ V2ର କର୍ମଚାରୀ ମାନେ ବେସମେଣ୍ଟରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ।

ନିଆଁ ଆୟତ୍ତ ନହେବାରୁ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ବେଳେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିବା ସ୍ପଷ୍ଟ କରିଛନ୍ତି ଷ୍ଟୋର ମ୍ୟାନେଜର  ସତ୍ୟସାଇ ମିଶ୍ର । ସେ କହିଛନ୍ତି ବେସମେଣ୍ଟରେ କିଛି ସାମଗ୍ରୀ ନଥିଲା ।

Leave A Reply

Your email address will not be published.