ସିଡନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ, ଆକାଶରେ ଲେଖାଗଲା ସ୍ୱାଗତମ ମୋଦି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସିଡନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ, ଆକାଶରେ ଲେଖାଗଲା ସ୍ୱାଗତମ ମୋଦି । ଅଷ୍ଟ୍ରେଲିଆ ଗସ୍ତର ୨ୟ ଦିନରେ ସିଡନୀରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତର ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସ୍ୱାଗତ ସମ୍ବର୍ନ୍ଧନା ପ୍ରଦାନ କରିଛି ଅଷ୍ଟ୍ରେଲିଆ ସରକାର । ଷ୍ଟାଡିୟମରେ ପହଁଚିବା ମାତ୍ରକେ ପ୍ରଧାନମନ୍ତ୍ରୀ ମୋଦୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଉଭୟ ଦେଶର ପାରମ୍ପାରିକ ବିଧି ବିଧାନରେ ସ୍ୱାଗତ ଜଣାଯାଇଥିଲା । ୯ବର୍ଷ ପରେ ଅଷ୍ଟ୍ରେଲିଆରେ ପହଁଚିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ମୋଦି । ତେଣୁ ତାଙ୍କର ସ୍ୱାଗତ ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଷଣ କରାଯାଇଥିଲା । ଅଷ୍ଟ୍ରେଲିଆ ବସବାସ କରୁଥିବା ଭାରତର ବିଭିନ୍ନ ରାଜ୍ୟର କଳାକାର ସ୍ୱତନ୍ତ୍ର ନୃତ୍ୟଗୀତ ପରିବେଷଣ କରିଥିଲେ । ଏଥିସହ ଓସ୍କାର ସମ୍ମାନରେ ସାମ୍ମାନିତ ନାଟୁନାଟୁ ଗୀତ ମଧ୍ୟ ପରିବେଷଣ କରିଥିଲେ କଳାକାର । ଏହାକୁ ଦେଖି ଲାଗୁଥିଲା ସତେ ଯେମିତି ମୋଦୀଙ୍କ ଗସ୍ତରେ ଉତ୍ସବ ମୁଖର ହୋଇଯାଇଥିଲା ସିଡନୀ । ଅନ୍ୟପଟେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବୋନିଜ ମଧ୍ୟ ଭାରତର ଭୁରି ଭୁରି ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବସ କହି ସମ୍ବୋଧିତ କରିଛନ୍ତି । ପୂରା ଷ୍ଟାଡିୟମରେ ଶୁଣିବାକୁ ମିଳିଛି ମୋଦୀ ମୋଦୀ ନାରା ।

ପ୍ରବାସୀ ଭାରତୀୟଙ୍କୁ ସମ୍ବେ।।ଧିତ କରି କିଛି ବଡ ଘୋଷଣା କରିବା ସହ ଭାରତ ସରକାରଙ୍କ ଉପଲବ୍ଧି ମଧ୍ୟ ବଖାଣିଛନ୍ତି । ବିଶ୍ୱର ସବୁଠୁ ଦକ୍ଷ ଯୁବଗୋଷ୍ଠୀ ଭାରତରେ ଥିବା କହିଛନ୍ତି ମୋଦୀ । ଏଥିସହ ଖୁବଶିଘ୍ର ବ୍ରିସବେନରେ ବାଣିଜ୍ୟ ଦୂତାବାସ ଖୋଲାଯିବ । ମୋଦି କହିଛନ୍ତି ଭାରତ ଓ ଅଷ୍ଟ୍ରେଲିଆର ମଜବୁତ ସର୍ମ୍ପକ କଳା, ସଂସ୍କୃତି, ବ୍ୟଞ୍ଜନ, କ୍ରିକେଟ, ଶିକ୍ଷା, ଅର୍ଥନୀତି ଓ ଅନେକ ବିଷୟକୁ ଗଢି ଉଠିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିକଟରେ ଦେଖିବାକୁ ମୌକା ପାଇଥିବାରୁ ପ୍ରବାସୀ ଭାରତୀୟଙ୍କ ଗହଣରେ ବେଶ ଉତ୍ସାହ ଓ ଖୁସି ଦେଖିବାକୁ ମିଳିଛି । ଜାପାନ, ପପୁଆ-ନ୍ୟୁଗିନି ପରେ ମୋଦି ପହଁଚିଥିଲେ ଅଷ୍ଟ୍ରେଲିଆ । ଏହି ସମୟରେ ଅଷ୍ଟ୍ରେଲିଆରେ ଭାରତୀୟ ହାଇକମିଶନ ଓ ଅନ୍ୟ ଅଧିକାରୀଙ୍କୁ ଭେଟିଥିଲେ । ପ୍ରାୟ ୯ବର୍ଷ ପରେ ଅଷ୍ଟ୍ରେଲିଆରେ ପହଁଚିଛନ୍ତି ମୋଦି ।

Leave A Reply

Your email address will not be published.