ଆଜିଠୁ ପୁଣି ବଢିବ ତାତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟକୁ ତାତି ଫେରୁଥିବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ଓ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।  ୪ଦିନ ଯାଏ ରାଜ୍ୟରେ ଉପରମୁହାଁ ରହିବ ପାରଦ।

ଦିନ ତାପମାତ୍ରା ୬ରୁ ୮ଡିଗ୍ରୀ ଯାଏ ବୃଦ୍ଧି ହୋଇ ୪୩ରୁ ୪୪ଡିଗ୍ରୀ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।  ସୂଚନା ଅନୁଯାୟୀ, ଆଗାମୀ ୧୭ରୁ ୨୦ ତାରିଖ ଯାଏ ସାଙ୍ଘାତିକ ସ୍ଥିତି ରହିବ। ଏହି ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୫ ଡିଗ୍ରି ଯାଏଁ ତାପମାତ୍ରା ବଢ଼ିବ।୪୩ ରୁ ୪୫ ଡିଗ୍ରି ଛୁଇଁବ ତାପମାତ୍ରା। ଅସହ୍ୟ ପାଣିପାଗ ସ୍ଥିତି ସୃଷ୍ଟି ହେବ। ଏହା ଶରୀର ପାଇଁ ଘାତକ ହୋଇପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ କରାଇଛି। ୧୪ ତାରିଖ ବେଳକୁ ପାଖାପାଖି ୧୧ ଜିଲ୍ଲାରେ ଉଷ୍ମ ଆଦ୍ର ପାଣିପାଗ ସ୍ଥିତି ରହିବ।

୧୫ତାରିଖରେ ୭ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିବା ସମ୍ଭାବନା ଥିବାରୁ ସତର୍କ କରିଛି ପାଣିପାଗ ବିଭାଗ। ଉପକୂଳ ଅଂଚଳରେ ଗୁଳୁଗୁଳି ଅନୁଭୂତ ହେବ, ରାତି ତାପମାତ୍ରା ୩ରୁ ୪ଡିଗ୍ରୀ ବଢିବ। ସେହିପରି ୧୭ ଓ ୧୮ ତାରିଖ ବେଳକୁ ଗ୍ରୀଷ୍ମ ପ୍ରବାହ ଅସମ୍ଭାଳ ହୋଇପାରେ। ଗତ କିଛି ଦିନ ଧରି ରାଜ୍ୟରେ କାଳବୈଶାଖୀ ବର୍ଷା ଯୋଗୁଁ ପାଗରେ ପରିବର୍ତ୍ତନ ଘଟିଥିଲା। ପ୍ରବଳ ଗରମ ଗୁଳୁଗୁଳିରୁ ଆଶ୍ୱସ୍ତି ଲାଭ କରିଥିଲେ ଲୋକେ।

 

Leave A Reply

Your email address will not be published.