ପୁଅକୁ ଦରକାର କିଡନୀ 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦଶ ମାସ ଦଶ ଦିନ ଗର୍ଭ ରେ ଧରି ଜନ୍ମ ଦେଇଥିବା ମା କେବେ ପିଲା ର ଦୁଃଖ କୁ ଦେଖିପାରିବନି । ଆଉ ମା ଆଖିର ଲୁହ ବଢିଲା ରୋଜଗାରିଆ ପୁଅର ଏ ଅବସ୍ଥା ଦେଖି କେମିତି ବା ସହିବ। ଆଜିକୁ ବର୍ଷ ତଳେ ତାଙ୍କ ପୁଅର ଦୁଇଟି କିଡନୀ ଖରାପ୍ ହେଇଯାଇଛି ।ବଡ ଡାକ୍ତରଖନା ରେ ଚିକିତ୍ସା ହେଲା ପରେ ମଧ୍ୟ ସେ ସୁସ୍ଥ ହୋଇନାହାନ୍ତି । ସେମିତି ଘରେ ପଡ଼ି ରହିଛି ପୁଅ କୀର୍ତ୍ତି ରଞ୍ଜନ । କୀର୍ତ୍ତି ରଞ୍ଜନ ଜଣେ ମେଧାବୀ ଛାତ୍ର ଥିଲେ ।

ଏମ ବି ଏ ପାଠ ପଢିବା ପରେ ଘର ର ଅବସ୍ଥା ଦେଖି ଘରୁ ଗୋଡ କାଢ଼ିଥିଲେ । ମା ଙ୍କୁ ଘର ଚଳେଇବା ରେ ସାହାର୍ଯ୍ୟ ପାଇଁ ଚାକିରି କରିବା କୁ ବାହାରି ଥିଲେ କୀର୍ତ୍ତି ରଞ୍ଜନ । ସେ ବା ଜାଣିନଥିଲେ ମା ଙ୍କୁ ସାହାର୍ଯ୍ୟ କରୁ କରୁ ନିଜେ ଜଣେ ପାଲଟିଯିବେ ଅସହାୟ ମଣିଷ। ଆଉ ମା ଜଣକ ଏ ପୁଅଟିର ଜୀବନ ବଞ୍ଚାଇବା ପାଇଁ ସବୁ କିଛି ବିକ୍ରି କରି ଖର୍ଚ୍ଚ କରି ସାରିଲେଣି ତଥାପି ପୁଅ ଏହି ଭଳି ଶଯ୍ୟା ସାହା ହେଇ ପଡ଼ି ରହିଛି । ଏ ଘଟଣା ହେଉଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ ମହଣ ପଞ୍ଚାୟତ ର ପୂରଣ ଗ୍ରାମ ର ଅଞ୍ଜନା ଭୂୟାଁ ଙ୍କ ଏକମାତ୍ର ପୁଅ କୀର୍ତ୍ତି ରଞ୍ଜନ ଭୂୟାଁ ଙ୍କ କଥା । ବାପା ଛେଉଣ୍ଡ ପୁଅ କିଡନୀ ଓ ଅର୍ଥ ପାଇଁ ଅସହାୟ ହେଇ ରହିଥିବା ବେଳେ ପରିବାର ଏବେ ଦୁଃଖ ରେ ଭାଙ୍ଗି ପଡ଼ିଛି ।କେବଳ ଚିକିତ୍ସା ପାଇଁ ଆବଶ୍ୟକ ରହିଛି ଗୋଟେ କିଡନୀ ଓ କିଛି ଅର୍ଥ ।ପୁଅ କୁ ବହୁ କଷ୍ଟ ରେ ପାଠ ପଢେଇବା ପାଇଁ ରୋଜଗାରକ୍ଷମ କରିଥିଲା ମା ।

ପୁଅ ରୋଜଗାର ରେ ଘର ଚଳେଇବ ଭାବି ଥିଲା ମା ହେଲେ ସବୁ କିଛି ଯେମିତି ପାଣି ଫୋଟକା ପରି ଫାଟି ଗଲା ।ଡାକ୍ତର କହିଛନ୍ତି ପୁଅକୁ ଗୋଟେ କିଡନୀ ଆବଶ୍ୟକ ,ମା ର କିଡନୀ ବି ପୁଅ କୁ ହେବ ନାହିଁ।ଡାକ୍ତର ମନା କରିବା ପରେ ଏବେ ଅପେକ୍ଷା କରିଛନ୍ତି କିଏ ସାହାର୍ଯ୍ୟ କରିବ ମୋ ପୁଅର ଜୀବନ ବଞ୍ଚେଇବ । କାରଣ ଅପରେସନ ପାଇଁ ମଧ୍ୟ ୧୫ ରୁ ୨୦ଲକ୍ଷ ଟଙ୍କା ଆବଶ୍ୟକ ରହିଛି। ଅପେକ୍ଷା କରିଛନ୍ତି ଯଦି କିଏ ସହଯୋଗ ର ହାତ ବଢେ଼ଇବା ତାହେଲେ ମୋ ପୁଅଟି ବଞ୍ଚି ପାରିବ। ଯଦି କୌଣସି ସହୃଦୟ ବ୍ୟକ୍ତି କିମ୍ବା ସରକାରୀ ଓ ବେସରକାରୀ ସଂସ୍ଥା ସାହାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ଠିକଣା ରେ ସହଯୋଗ କରିପାରିବେ ।

ମୋବାଇଲ – 7978459597
ଆକାଉଣ୍ଟ- 39719188921
IFSC CODE : SBIN0008089

Leave A Reply

Your email address will not be published.