ଭାସିଗଲା ପୋଚ, ବୋହିଗଲା ଦେଶୀ ମଦ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାସିଗଲା ପୋଚ, ବୋହିଗଲା ଦେଶୀ ମଦ | ହରମଠ, କଦମଡିହି, ଉଲିବୁରୁ ଅଞ୍ଚଳରେ ଅବକାରୀ ଚଢାଉ, ବିପୁଳ ପରିମାଣରେ ମଦ ଓ ପୋଚ ନଷ୍ଟ ସହ ଜଣେ ଗିରଫ |

କେନ୍ଦୁଝର ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ ଦାସଙ୍କ ନିର୍ଦ୍ଦେଶ କ୍ରମେ ବଡ଼ବିଲ ଓ ଚମ୍ପୁଆ ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ବଡବିଲ ଥାନା ଅନ୍ତର୍ଗତ ହରମଠ, କଦମଡିହି, ଉଲିବୁରୁ ଅଞ୍ଚଳରେ ଅତର୍କିତ ଚଢ଼ାଉ କରାଯାଇଛି । ଚମ୍ପୁଆ ଅବକାରୀ ନିରୀକ୍ଷକ ଶ୍ରୀ ଏଚ୍ ଜଗ୍ଗା ରାଓଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନ ତଥା ବଡବିଲ ଅବକାରୀ ଓଆଇସି ଶ୍ରୀ ଜନାର୍ଦ୍ଦନ ପଲେଇଙ୍କ ନେତୃତ୍ବରେ ହୋଇଥିଲା ଚଢ଼ାଉ |

ଏହି ଚଢାଉରେ ବଡବିଲ ଓ ଚମ୍ପୁଆ ଅବକାରୀ ବିଭାଗର କର୍ମଚାରୀ ମଧ୍ୟ ସାମିଲ ରହିଥିଲେ। ଏହି ଚଢାଉରେ ମୋଟ ୮୩୦୦ କେଜି ପୋଚ ଓ ୭୪୨ ଲିଟର ଚୋରା ମଦ ନଷ୍ଟ କରାଯିବା ସହ ଏହି କାରବାରରେ ସଂପୃକ୍ତ ଜଣଙ୍କୁ ଗିରଫ କରା ଯାଇଥିବା ବଡବିଲ ଅବକାରୀ ଓଆଇସି ଶ୍ରୀ ଜନାର୍ଦ୍ଦନ ପଲେଇ ସୂଚନା ଦେଇଛନ୍ତି।

Leave A Reply

Your email address will not be published.