ଜମ୍ମୁ ଓ କଶ୍ମୀର ଫେରିପାଇବ ରାଜ୍ୟ ମାନ୍ୟତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ମଇଦାନକୁ ଓହ୍ଲାଇଛନ୍ତି ନେତା । ‘ଖୁବ୍‌ଶୀଘ୍ର ଜମ୍ମୁ ଓ କଶ୍ମୀର ରାଜ୍ୟ ମାନ୍ୟତା ଫେରି ପାଇବ। ତା’ପରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।’ ଆଜି ଜମ୍ମୁ ଓ କଶ୍ମୀରର ଉଧମପୁରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେବା ଅବସରରେ ଏହି କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବା ସମୟରେ କହିଛନ୍ତି, “କଂଗ୍ରେସର ଦୁର୍ବଳ ସରକାର ଶାହପୁର କାଣ୍ଡି ଡ୍ୟାମକୁ 10 ବର୍ଷ ପର୍ଯ୍ୟନ୍ତ ବିଚାରଧୀନ ଅବସ୍ଥାରେ ରଖିଥିଲେ । ଏହି କାରଣରୁ ଜମ୍ମୁର ଅନେକ ଗ୍ରାମରେ ଜଳାଶୟ ଶୁଖିଯାଇଥିଲା । କଂଗ୍ରେସ ସରକାର ସମୟରେ ରାବି ନଦୀରୁ ଯେଉଁ ଜଳ ଆସୁଥିଲା ତାହା ପାକିସ୍ତାନ ଯାଉଥିଲା । ତେବେ ଲୋକେ ପ୍ରକୃତ ସତ୍ୟାସତ୍ୟ ଜାଣିବା ପରେ ଭ୍ରମର ମାୟାଜାଲ ଆଉ ଚାଲୁ ନାହିଁ । ଗତ ଦଶ ବର୍ଷ ମଧ୍ୟରେ ଆମେ ଆତଙ୍କବାଦୀ ଏବଂ ଦୁର୍ନୀତିଗ୍ରସ୍ତ ଲୋକଙ୍କ ଉପରେ ନଜର ରଖିଛୁ ।

ଆସନ୍ତା 5 ବର୍ଷ ମଧ୍ୟ ଆମକୁ ଏହି ରାଜ୍ୟ ବିକାଶ ଉପରେ କାର୍ଯ୍ୟ କରିବାକୁ ପଡିବ । ଗତ 10 ବର୍ଷ ମଧ୍ୟରେ ଜାମ୍ମୁ କାଶ୍ମୀର ସମ୍ପୁର୍ଣ୍ଣ ଭାବେ ପରିବର୍ତ୍ତନ ହୋଇଛି ।” ମୋଦି ଆହୁରି କହିଥିଲେ, ଜମ୍ମୁ ଓ କଶ୍ମୀରରେ ଏଥର ଲୋକସଭା ନିର୍ବାଚନ ଆତଙ୍କବାଦ, ବିକ୍ଷୋଭ, ପଥରମାଡ଼ ଓ ସୀମା ସେପଟରୁ ଗୁଳିମାଡ଼ର ଭୟ ବିନା ହେବ। ମୋତେ ବିଶ୍ୱାସ କରନ୍ତୁ, ଗତ ୬୦ ବର୍ଷ ଧରି ଜମ୍ମୁ ଓ କଶ୍ମୀର ଯେଉଁ ସମସ୍ୟାଗୁଡ଼ିକ ଭିତରେ ରହିଛି, ମୁଁ ସେଗୁଡ଼ିକର ସମାଧାନ କରିବି। ମୁଁ ଯେଉଁ ପ୍ରତିଶ୍ରୁତି ଦେଇଥିଲି, ତାହା ଗତ ୧୦ ବର୍ଷରେ ପାଳନ କରାଯାଇଛି ଓ ରାଜ୍ୟରେ ପରିବର୍ତ୍ତନ ଆସିଛି।

Leave A Reply

Your email address will not be published.