ଗ୍ରୀଷ୍ମ ପ୍ରବାହ ପାଇଁ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଏପ୍ରିଲରୁ ଜୁନ୍‌‌ ମାସ ମଧ୍ୟରେ ପ୍ରବଳ ଗ୍ରାଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ କେନ୍ଦ୍ର ସମୀକ୍ଷା ବୈଠକ କରାଯାଇଛି।  ଦେଶର ଅଧିକାଂଶ ଭାଗରେ ବିଶେଷ ଭାବରେ ଅଧିକ ତାପମାତ୍ରା ହେବାର ସମ୍ଭାବନା ରହିଛି। କେନ୍ଦ୍ରୀୟ ଭାରତ ଏବଂ ପଶ୍ଚିମ ଉପଦ୍ୱୀପ ଭାରତ ଉପରେ ସମ୍ଭାବନା ରହିଥିବାରୁ ତାହାର ପ୍ରତିକାର ପାଇଁ ମୋଦୀ ସମୀକ୍ଷା କରିଛନ୍ତି।

ବିଶେଷ କରି ଭାରତ ଓ ପଶ୍ଚିମ ଭାରତରେ ଅଧିକ ଗ୍ରୀଷ୍ମପ୍ରବାହ ଆଶଙ୍କା ସହିତ ଏପ୍ରିଲରୁ ଜୁନ୍, ୨୦୨୪ ପର୍ଯ୍ୟନ୍ତ ତାପମାତ୍ରାର ସାମ୍ଭବ୍ୟ ସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା।  ବୈଠକରେ ହିଟ୍‌‌ୱେବ ମୁକାବିଲା ନେଇ ଆଲୋଚନା ହେବା ପରେ ହସ୍ପିଟାଲ ମାନଙ୍କରେ ଅତ୍ୟାବଶ୍ୟକ ଔଷଧ, ତରଳ ପଦାର୍ଥ, ବରଫ ପ୍ୟାକ୍ସ, ଓଆରଏସ ଏବଂ ପାନୀୟ ଜଳ ଆଦି ମହଜୁଦ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

ଗ୍ରୀଷ୍ମ ପ୍ରବାହ ସହ ଅଂଶୁଘାତର ମୁକାବିଲା ନେଇ ବୈଠକରେ ଆଲୋଚନା ହୋଇଛି। ରାଜ୍ୟରୁ ଜିଲ୍ଲା ସ୍ତରରେ ସମନ୍ୱୟ ରକ୍ଷା କରି ଖରାତାତିରୁ ମୁକାବିଲା ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ମୋଦୀ। ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଗୃହ ସଚିବ, ଆଇଏମଡି ବିଭାଗର ଅଧିକାରୀ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.