କାଳ ହେଲା ବାହାଘର ଭୋଜି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କାଳ ହେଲା ବାହାଘର ଭୋଜି | ମାଲକାନଗିରି ମାଥିଲି ବ୍ଲକ ଚାଉଳମେନ୍ଦି ପଞ୍ଚାୟତ ବନ୍ଧଗୁଡା ଗ୍ରାମର ଧନା ନାଲି ସହ ତାଙ୍କର ୪ ଶିଶୁ ଏକ ବାହାଘରର ଭୋଜି ଖାଇବାକୁ ନୂଆଗୁଡା ଗ୍ରାମକୁ ଯାଇଥିଲେ। ଭୋଜି ଖାଇ ଘରକୁ ଫେରିବା ପରେ ସମସ୍ତେ ଅସୁସ୍ଥ ହୋଇପଡିଥିଲେ। ପରିବାର ଲୋକେ ସମସ୍ତଙ୍କୁ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ |

ସୂଚନା ଅନୁସାରେ, ବନ୍ଧଗୁଡ଼ା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ବିବାହ ଭୋଜିର ଆୟୋଜନ ହୋଇଥିଲା । ଚାଉଳମେନ୍ଦି ପଞ୍ଚାୟତର ବନ୍ଧଗୁଡ଼ା, ନୂଆଗୁଡା ସହ ଆଖପାଖ ଅଞ୍ଚଳର ଲୋକେ ଭୋଜି ଖାଇଥିଲେ । ଗତକାଲି ଭୋଜି ଖାଇଥିବା ନୂଆଗୁଡ଼ା ଗ୍ରାମର କିଛି ଶିଶୁ ପ୍ରଥମେ ଅସୁସ୍ଥ ହୋଇଥିବା ଜଣାପଡ଼ିଥିଲା । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ପରେ ପରେ ପର୍ଯ୍ୟାୟକ୍ରମେ ଗୁରୁତରଙ୍କ ସଂଖ୍ୟା ବଢିବାକୁ ଲାଗିଥିଲା । ଏପରିକି ଜଣେ ୮ ବର୍ଷର ଶିଶୁର ମୃତ୍ୟୁ ହୋଇଥିଲା ।

ଖବରପାଇ ମାଥିଲିରୁ ଏକ ଡାକ୍ତରୀଦଳ ନୂଆଗୁଡ଼ା ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ । ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ୪ ଜଣଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଧନ ନାଲିଙ୍କ ଚାରି ଶିଶୁମାନେ ହେଲେ ରାଧିକା ନାଲି, ମମତା ନାଲି, ଅଜୟ ନାଲି ଏବଂ ମାଗିକା ନାଲି । ଏମାନେ ଗୁରୁତର ହେବାରୁ ପ୍ରଥମେ ମାଥିଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସମସ୍ତଙ୍କ ଅବସ୍ଥା ଆହୁରି ସଙ୍କଟାପନ୍ନ ହେବାରୁ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

Leave A Reply

Your email address will not be published.