କୋରାପୁଟ ସାଇବର ଥାନା ହାତରେ ମୟୂରୁଭଞ୍ଜର ଠକ ଜଗନ୍ନାଥ ବେହେରା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  କୋରାପୁଟ ସାଇବର ଥାନା ହାତରେ ମୟୂରୁଭଞ୍ଜ ଠକ | 1,58000 ହଜାର ଟଙ୍କା ସହିତ ମୋବାଇଲ ଜବତ | ଟେଲିଗ୍ରାମ ଆପ ଜରିଆରେ ଟଙ୍କା ଡବଲ କରିବାକୁ କହି ରଚୁଥିଲା ନେଟୱାର୍କ | ହ୍ୱାଟ୍ସଅପ ମାଧ୍ୟମରେ ବିଭିନ୍ନ ଲୋକ ଙ୍କୁ ପଠାଇ ପ୍ରଥମେ ସେମାନଙ୍କ ମନରେ ବିଶ୍ୱାସ ଜନ୍ମାଇ ଲୁଟୁଥିଲା ଲକ୍ଷାଧିକ ଟଙ୍କା|

ଟଙ୍କା ନେଇ ସାରିବା ପରେ ନିଜ ଟେଲିଗ୍ରାମ ଆକାଉଣ୍ଟ କୁ ଡିଲେଟ କରି ଦେଉଥିଲା | ମୟୁରଭଞ୍ଜ ର ଯୁବକ ଜଗନ୍ନାଥ ବେହେରା ଶିକ୍ଷାଗତ ଯୋଗ୍ୟତା ବିଏସି | ନିଜ ମୋବାଇଲ ରେ ଟେଲିଗ୍ରାମ ଆପ ମାଧ୍ୟମରେ ବିଭିନ୍ନ ଅଞ୍ଚଳ ରେ ରହିଥିବା ହୋଟେଲ ଓ ରେଷ୍ଟରାଣ୍ଟ କୁ ସର୍ଭେ ପାଇଁ କହୁଥିଲା | ପ୍ରତି ହୋଟେଲ ଓ ରେଷ୍ଟରାଣ୍ଟ ପାଇଁ 50 ଟଙ୍କା ଦେବା ପାଇଁ କହିବା ସହିତ ଟେଲିଗ୍ରାମ ରେ ଯୋଗ ଦେବାକୁ କହୁଥିଲା | ପରେ ବିଶ୍ୱାସ ଜନ୍ମାଇ ଟଙ୍କା ଡବଲ କରିଦେବା କୁ କହି ଲୁଟୁଥିଲା ଲକ୍ଷାଧିକ ଟଙ୍କା,ଟଙ୍କା ପାଇ ସରିବା ପରେ ନିଜ ଟେଲିଗ୍ରାମ ଆକାଉଣ୍ଟ କୁ ଡିଲିଟ କରି ଦେଉଥିଲା |

କୋରାପୁଟ ଜ଼ିଲ୍ଲା ପଟ୍ଟାଙ୍ଗି ବ୍ଲକ ର ଯୁବକ ଆଶିଷ କୁମାର ପ୍ରଧାନ ଏହି ଭଳି ଭାବେ ଠକାମୀ ର ଶିକାର ହେବା କଥା ଜାଣି କୋରାପୁଟ ସାଇବର ଥାନା ରେ ଅଭିଯୋଗ କରିଥିଲେ | ଅଭିଯୋଗକୁ ଆଧାର କରି କୋରାପୁଟ ସାଇବର ପୋଲିସ ଜଗନ୍ନାଥ ଙ୍କୁ ଗିରଫ କରିବା ସହିତ 1.58000 ହଜାର ଟଙ୍କା ଓ ଗୋଟେ ମୋବାଇଲ ଫୋନ ଜବତ କରିଛି | ଗିରଫ ଜଗନ୍ନାଥ ଙ୍କୁ କୋର୍ଟ ଚାଲାଣ କରାଯାଇଛି | ଜଗନ୍ନାଥ ଙ୍କ ନାମରେ ଆଗରୁ ବିଭିନ୍ନ ଥାନାରେ ମାମଲା ରହିଛି | ତାଙ୍କ ସହିତ ଆଉ କିଛି ଯୁବକ ମଧ୍ୟ ଏହି କାର୍ଯ୍ୟରେ ଲିପ୍ତ ରହିଛନ୍ତି | ସେମାନଙ୍କୁ ଖୁବ ଶୀଘ୍ର ଧରା ଯିବ ବୋଲି କୋରାପୁଟ ଏସପିଓ ଶ୍ରାବଣୀ ନାୟକ ଏକ ସାମ୍ବାଦିକ ସମ୍ବିଳନୀ କରି ସୂଚନା ଦେଇଛନ୍ତି |

Leave A Reply

Your email address will not be published.