ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତ। ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ସମୀକ୍ଷା କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳଙ୍କର ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଗୁରୁତ୍ୱପୂର୍ଣ ଗସ୍ତ କାର୍ଯ୍ୟକ୍ରମ ଚାଲିଛି।

କୋରାପୁଟ ସଦ ଭୋବନ୍ ଗୃହ ରେ ମୁଖ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ରାଜ୍ୟ ପୋଲିସ ନୋଡ଼ାଲ ଅଧୂକାରୀ (ନିର୍ବାଚନ) ଶ୍ରୀ ସଂଜୟ କୁମାର ଓ ଅନ୍ୟ ଅତିଗି ତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ସହ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଚାରୋଟି ଜିଲ୍ଲାର ଜିଲ୍ଲାପାଳ (କୋରାପୁଟ, ମାଲକାନ ଗିରି, ରାୟଗଡ଼ା, ନବରଙ୍ଗପୁର), ଡିଆଇଜି- ସୁନାବେଡ଼ା, ଆରକ୍ଷୀ ଅଧୀକ୍ଷକ ଓ ୧୪ଟି ବିଧାନସଭା ଆସନର ରିଟର୍ଣ୍ଣି” ଅଫିସରମାନଙ୍କ ସହ ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ଆଲୋଚନା ଚାଲିଛି।

ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ମତଗଣା କେନ୍ଦ୍ରଗୁଡ଼ିକୁ ମଧ୍ୟ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଆଇନଶୃଙ୍ଖଳା ପରିସ୍ଥିତି ସହ ନିର୍ବାଚନ ପରିଚାଳନାର ସମସ୍ତ ଦିଗ, ପୋଷ୍ଟାଲ ବାଲାଟ୍, ନିର୍ବାଚନ ଖର୍ଚ୍ଚ ମନିଟରିଂ ଆଦି ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଉଛି|

Leave A Reply

Your email address will not be published.