ମଦ ବ୍ୟବସାୟୀର ହୋଟେଲ ଓ ବାସଭବନରେ ମାରାଥନ ଚଢ଼ାଉ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧିଛକ ରେ ଜନୈକ ବଡ ମଦ ବ୍ୟବସାୟୀ ର ହୋଟେଲ ଓ ବାସଭବନ ଉପରେ ଜିଲ୍ଲା ଅବକରୀ ପୁଲିସ ଅଧିକାରୀ ଙ୍କ ନେତୃତ୍ୱ ରେ ବସ୍ତା ପୁଲିସ ସହାୟତା ରେ ମାରାଥନ ଚଢ଼ାଉ କରି ବିପୁଳ ପରିମାଣ ରେ ମଦ, ନଗଦ ଲକ୍ଷାଧିକ ଟଙ୍କା, ଏକାଧିକ ବାଇକ କୁ ଜବତ କରିବା ସହିତ ୧୪ ଜଣ ଙ୍କୁ ଅଟକ ରଖି ଥିବା ଜଣା ପଡିଛି ।

ବ୍ୟବସାୟୀ ଜଣଙ୍କ ଦୀର୍ଘ ବର୍ଷ ଧରି ବସ୍ତା ପୁଲିସ୍ ଓ ବସ୍ତା ଅବକାରୀ ପୁଲିସ ର ନାକ ତଳେ ବେପାର କରି ଆସୁଥିବା ବେଳେ ହଠାତ ଏଭଳି ବଡ ଧରଣ ର ଚଢ଼ାଉ ନିର୍ବାଚନ ପାଇଁ ନା ଅନ୍ୟ କିଛି ଲିଙ୍କ ରେ ହୋଇଛି ତାକୁ ନେଇ ସଧାରଣ ରେ ସନ୍ଦେହ ପ୍ରକାଶ ପାଇଛି । ପ୍ରକାଶ ଯେ କୁଡ଼ିଆ ଗ୍ରାମ ର ପ୍ରତାପ ମହାପାତ୍ର ଓରଫ ବାପି ଓ ତାର ଭାଇ ଟୁନା ବର୍ଷ ବର୍ଷ ଧରି ମଦ ବ୍ୟବସାୟୀ କରୁଥିଲେ । ବୁଧୁବାର ରାତି ରେ ଜିଲ୍ଲା ଅବକାରୀ ଡି ଏସ ପି ସି. ତିରୁପତି ଓ ବସ୍ତା ଥାନା ଆଇଆଇସି ଗୋବିନ୍ଦ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱ ରେ ଅବକାରୀ କମିଶନର ନରସିଂହ ଭୋଳ ଙ୍କ ନିର୍ଦେଶ କ୍ରମେ , ମୋବାଇଲ ଆଇଆଇସି ସୁଜିତ ବାଲା, ଦିପ୍ତିମୟୀ ସାହୁ,ହରିହର ସିଂ, ରଞ୍ଜନ କୁମାର ଦାସ, ମାଜିଷ୍ଟ୍ରେଟ ତଥା ଡେପୁଟି କଲେକ୍ଟର ପ୍ରକାଶ ମିଶ୍ର ଉପସ୍ଥିତ ଏକ ଟିମ ରେ ୫୦ ରୁ ଉର୍ଦ୍ଧ୍ବ ପୁଲିସ କର୍ମଚାରୀ ଓ ଅଧିକାରୀ ବାପି ର ଗାନ୍ଧିଛକ୍ ସ୍ଥିତ ହୋଟେଲ ବସୁନ୍ଧରା ରେ ଅତର୍କିତ ଚଢ଼ାଉ କରି ବିପୁଳ ମଦ, ନଗଦ ଲକ୍ଷାଧିକ ଟଙ୍କା, ଅନେକ ବାଇକ କୁ ଜବତ କରିବା ସହ ୧୪ ଜଣ ଙ୍କୁ ଅଟକ ରଖି ଅଧିକ ତଦନ୍ତ ପାଇଁ ବାଲେଶ୍ଵର ନେଇ ଯାଇ ଥିଲେ ।

ଚଢ଼ାଉ ଦେଖି ମଦ ବ୍ୟବସାୟୀ କରୁଥିବା ପୁଲିସ ଆଖିରୁ ଖସି ପଳାଇ ଥିବା କୁହା ଯାଇଥିଲା । ପୁଣି ଗୁରୁବାର ସକାଳେ ସେହିଭଳି ଅବକାରୀ ଓ ପୁଲିସ ଟିମ ତାର ଘରେ ଚଢ଼ାଉ କରିଥିଲା । ତାଙ୍କ ଘରେ କେହି ନଥିବା ବେଳ ଘର ପୁଲିସ ଘର ର କବାଟ ଭାଙ୍ଗି ଭିତରେ ପଶି ଛାନଭିନ କରି ବାଲେଶ୍ଵର ପଳାଇ ଥିଲେ । ଏ ନେଇ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯିବ ବୋଲି ପୋଲିସ ପକ୍ଷରୁ କୁହା ଯାଇଥିଲା । ପ୍ରତାପ ଙ୍କ ଘରୁ ବହୁ ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର ମିଳିଥିବା କୁହାଯାଉଛି ।

Leave A Reply

Your email address will not be published.