ବାରିପଦା ସହରରେ ନିର୍ବାଚନ ପରିପ୍ରେକ୍ଷୀରେ ମିଳିତ ଫ୍ଲାଗ ମାର୍ଚ୍ଚ 

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବାରିପଦା ସହରରେ ଆଜି ସୁରକ୍ଷା ବଳ ପକ୍ଷରୁ ମିଳିତ ଭାବେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍.ସୁଶ୍ରୀ ଙ୍କ ନେତୃତ୍ୱରେ ପୋଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ବାରିପଦା ସହରର କୃଷ୍ଣଚନ୍ଦ୍ର ଗୋଲେଇ ଠାରୁ ବାହାରି ଶୁନଗଡିଆ, ତୁଳସୀଚୌରା, ଦାରୋଗାଡାହି ଦେଇ ରଘୁନାଥପୁର ପର୍ଯ୍ୟନ୍ତ ଯାଇଥିଲା।

ନିର୍ବାଚନ ଅବ୍ୟବହିତ ପୂର୍ବରୁ ଶୃଙ୍ଖଳା ରକ୍ଷା ସହ ଲୋକ ମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ସୃଷ୍ଟି କରିବା ଏହି ଫ୍ଲାଗ ମାର୍ଚ୍ଚ ର ଉଦ୍ଦେଶ୍ୟ। ଜିଲ୍ଲାର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ସଶସ୍ତ୍ର ବାହିନୀ ଓ ପୋଲିସ ମିଳିତ ଭାବେ ଫ୍ଲାଗ ମାର୍ଚ୍ଚ କରିବାର କାର୍ଯ୍ୟକ୍ରମ ରହିଛି। ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ମୁକ୍ତ,ଅବାଧ , ନିରପେକ୍ଷ ଓ ନିର୍ଭୀକ ଭାବେ ପରିଚାଳନା କରିବା ପ୍ରଶାସନର ଲକ୍ଷ୍ୟ ରଖି ସମସ୍ତ ଉଦ୍ୟମ କରାଯାଉଛି।

ଏବେ ଜିଲ୍ଲାକୁ ଗୋଟିଏ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଆସିଥିବା ବେଳେ ଆଗକୁ ଏହି ସଂଖ୍ୟା ବୃଦ୍ଧି ହେବ । ତେଣୁ ସମସ୍ତ ଭୋଟର ଭୟନକରି ସେମାନଙ୍କ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସଠିକ୍ ଭାବେ ସାବ୍ୟସ୍ତ କରିବାକୁ ମୟୂରଭଞ୍ଜ ଏସ.ପି. ଏସ୍. ସୁଶ୍ରୀ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.