ଟିପିଏନଓଡ଼ିଏଲ ପକ୍ଷରୁ ୩୨ଜଣ ବିଦ୍ୟୁତ ଉପଭୋକ୍ତାଙ୍କୁ ସମ୍ବର୍ଦ୍ଧନା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ଟିପିଏନଓଡ଼ିଏଲ ପକ୍ଷରୁ ୩୨ଜଣ ବିଦ୍ୟୁତ ଉପଭୋକ୍ତାଙ୍କୁ ସମ୍ବର୍ଦ୍ଧନା | ନିରନ୍ତର ଭାବେ ଉଚିତ ସମୟରେ ବିଦ୍ୟୁତ ଦେୟ ପୈଠ କରୁଥିବା ୩୨ଜଣ ବିଦ୍ୟୁତ ଉପଭୋକ୍ତାଙ୍କୁ ଟାଟା ପାୱାର ନର୍ଦ୍ଧନ ଓଡ଼ିଶା ବିଦ୍ୟୁତ ବିତରଣ ସଂସ୍ଥା ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ବାରିପଦା ବିଦ୍ୟୁତ ଡିଭିଜନ ପକ୍ଷରୁ ଉକ୍ତ ଅଭିନବ ପ୍ରୟାସ କରାଯାଇଛି। ବାରିପଦା ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅଧିକ୍ଷଣ ଯନ୍ତ୍ରୀ ହରିଷ ଚନ୍ଦ୍ର ପଣ୍ଡା, ପୂର୍ବତନ ଯନ୍ତ୍ରୀ କାଂହୁ ଚରଣ ସରଦାର, ଏଚଆର ଶଶୀ ଶେଖର, ଏମଆରଟି ଅଧିକ୍ଷଣ ଯନ୍ତ୍ରୀ ଗୌରହରି ମଣ୍ଡଳ, ଏଚଆର ସୁଶୀଲ କୁମାର ପରିଡା,ଏଚଆର ଭବାନୀ ପ୍ରସାଦ ବେହେରା, ଜେନେରାଲ ମ୍ୟାନେଜର(ଆଇନ) ମୃତ୍ୟୁଞ୍ଜୟ ଦେ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ଉପଭୋକ୍ତାଙ୍କୁ ମୋବାଇଲ ଫୋନ ଏବଂ ଅନ୍ୟାନ୍ୟ ଉପହାର ମାନ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ଜରିଆରେ ବିଦ୍ୟୁତ ଉପଭୋକ୍ତାଙ୍କ ମଧ୍ୟରେ ଉଚିତ ସମୟରେ ନଗଦ ବିଦ୍ୟୁତ ବିଲ ପ୍ରଦାନ କରିବା ନିମନ୍ତେ ସଚେତନତା ସୃଷ୍ଟି କରିବାର ମୂଳ ଲକ୍ଷ୍ୟ ରହିଛି। ସନ୍ଦୀପ କୁମାର ଶର୍ମା, ବିଷ୍ଣୁପ୍ରିୟା ସାହୁ, ସୁଜିତ କୁମାର ସିଂ ଓ ଗୌରୀ ପାଳ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.