ଜଗନ୍ନାଥ ପାଞ୍ଚରାତ୍ର ଓ ଜଗନ୍ନାଥଙ୍କ ୨୪ବେଶ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ର ଏହି କଳିଯୁଗରେ ଧରମ କୁ ରକ୍ଷା କରିବା ପାଇଁ ଯାଗ ଯଜ୍ଞ, ପୁରାଣ, ପ୍ରବଚନ ଭଳି ପନ୍ଥା ଲୋକେ ଆପଣାଉଛନ୍ତି ।ସେହିଭଳି ଭାବେ ସାଲେପୁର ବ୍ଲକ ଅନ୍ତର୍ଗତ ଗୋପିନାଥପୁର ପଡିଆରେ ଜଗନ୍ନାଥ ପଞ୍ଚରାତ୍ର ଓ ଜଗନ୍ନାଥଙ୍କ ୨୪ବେଶ ଅନୁଷ୍ଠିତ ହୋଇଛି ।

ବାବା ସତ୍ୟାନନ୍ଦ ମହାରାଜ ଙ୍କ ପ୍ରତ୍ୟହ ପ୍ରବଚନ ଓ ବିଦ୍ୱଆନ ପଣ୍ଡିତ ମାନଙ୍କ ମନ୍ତ୍ର ଧ୍ୱନୀ ରେ ସାରା ଅଞ୍ଚଳରେ ଭକ୍ତିଭାବର ପରିବେଶ ସୃଷ୍ଟି ହେଉଛି ।ବିଭିନ୍ନ ପ୍ରାନ୍ତରୁ ଭକ୍ତ ଙ୍କ ସୁଅ ଛୁଟୁଛି ଜଗନ୍ନାଥ ଙ୍କ ୨୪ବେଶ ଦର୍ଶନ କରିବା ସହ ମହାରାଜଙ୍କ ପ୍ରବଚନ ଶୁଣିବାକୁ ।

ପୁରୀ ନ ଯାଇ ପ କରୁଥିବା ଭକ୍ତ ଏଠାକୁ ଆସି ଜଗନ୍ନାଥଙ୍କୁ ଦର୍ଶନ କରି ପୁରୀ ଶ୍ରୀକ୍ଷେତ୍ର ର ଦିବ୍ୟ ଅନୁଭୂତି ପାଉଛନ୍ତି ।ଏଭଳି କାଯ୍ୟକ୍ରମ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ସହିତ ପ୍ରଚାର ପ୍ରସାର କରିବା ଦିଗରେ ସହାୟକ ହେବ ବୋଲି ଜଗନ୍ନାଥ ପଞ୍ଚରାତ୍ର ମହୋତ୍ସବ ର କରମକରତା ଓ ଭକ୍ତ ମାନେ ପ୍ରକାଶ କରିଛନ୍ତି |

Leave A Reply

Your email address will not be published.