କୋରାଇ ବ୍ଲକଯାଜପୁର ର ନଜର ଗୋଳେଇପୁର ପଂଚାୟତ ରେ ବିଜେଡି ର ଗଡ଼ ଗୋଳେଇପୁର ସବୁ ଓଲଟା ହୋଉଛି ଗୋଳେଇ ପୁର ହେଉଛି ବିଜେଡି ଯୁବ ସଭାପତି ପ୍ରତାପ ମହାନ୍ତି ଙ୍କ ନିଜ ପଂଚାୟତ. ତାଙ୍କୁ ବିରୋଧ କରୁଛନ୍ତି ନିଜ ପଂଚାୟତ ର ବିଜେଡି କର୍ମୀ ଏବଂ ଅନ୍ୟ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ତାଙ୍କ ବିରୁଦ୍ଧରେ ଗଠନ କରିଛନ୍ତି ସଂଗ୍ରାମ ସମିତି, ଗୋଳେଇ ପୁର ପଞ୍ଚାୟତ ର ପୃବତନ ବିଧାୟକ ଆକାଶ ଦାସ ନାୟକ ର ଦବ ଦବା ରହିଥଲା. କିନ୍ତୁ ପଞ୍ଚାୟତ ନିର୍ବାଚନ ରେ ତାଙ୍କର ଦେଖା ମିଳିନଥିଲା. ଗତ 2017 ନିର୍ବାଚନ ରେ ବିଜେଡି ରେ ଥିବା ସମସ୍ତ କର୍ମୀ ସଂଗ୍ରାମ ସମିତି ରେ. କିନ୍ତୁ ଆକାଶ ଦାସଙ୍କ ସମର୍ଥନ ଲୋଡି ନ ଥିଲେ କୋରେଇ ବିଧାୟକ ଅଶୋକ ବଳ ଯାହା ଅଶୋକ ଙ୍କୁ ମହଙ୍ଗା ପଡିବ କୋରେଇ ବ୍ଲକ ପଞ୍ଚାୟତ ନିର୍ବାଚନ ରେ ଯାହା ସାରା କୋରାଇ ରେ ଚର୍ଚା. ଵର୍ତମାନ ଦେଖିବାକୁ ଗଲେ ସବୁ ଆଡେ ଚର୍ଚା କୋରାଇ ବ୍ଲକ ଗୋଳେଇପୁର ପଂଚାୟତ କାରଣ ପଂଚାୟତ ନିର୍ବାଚନ ରେ ବିଜେଡି ବିରୁଦ୍ଧରେ ଗଠନ ହୋଇଛି ସଂଗ୍ରାମ ସମିତି ଦେଖିବାକୁଗଲେ ଗତ 20 ତାରିଖ ରେ ପଂଚାୟତ ନିର୍ବାଚନ ରେ ହୋଉଥିବା ବେଳେ ହୋଇଥିଲା ବଡ଼ଧରଣର ନିର୍ବାଚନ ଗଣ୍ଡଗୋଳ ସହିତ ବୁଥ ରାଙ୍ଗିଗ ହୋଇଥିଲା ଯାହା ବିଜେଡି ପାଇଁ ମହଙ୍ଗା ପଡିବ ବୋଲି ସଧାରଣ ରେ ଚର୍ଚା. ଏପଟେ ସୋତି ଗ୍ରାମର 4ଟି ବୁଥ. ସାନ ବିରୁଆଁରେ 2ଟି ବୁଥ 25 ତାରିଖ ରେ ମତଦାନ ହେବାକୁ ଯାଉ ଅଛି ଯାହାକି ଗଣ୍ଡଗୋଳ ପାଇଁ ମତଦାନ ବନ୍ଦ ହୋଇ ଥିଲା. ଯାହା ଖବର ରୁ ଜଣା ପଡିଛି ଯେଉଁ ବୁଥ ରେ ମତଦାନ ହେବ ତାହା ଯୁବ ସଭାପତିଙ୍କ ବିରୋଧ ରେ ମତଦାନ ହେବ ତାହା ତାଙ୍କ ପାଇଁ ଚିନ୍ତାର ବିଷୟ କାରଣ କୋରାଇ ବ୍ଲକ ର ଅଧ୍ୟକ୍ଷ ପଦଟି ତଫସିଲଜାତି ପାଇଁ ସଂରକ୍ଷଣ ରହିଅଛି ଏଥି ପାଇଁ ବ୍ଲକ ଦଖଲ ପାଇଁ ସେ ନିଜ ପଞ୍ଚାୟତ ରେ ପ୍ରାର୍ଥୀ ଦେଇ ବିଧାୟକ ପାଖରେ କଥା ରଖି ଅଛନ୍ତି. ଏ ପଟରେ ସୋତି ଗାଁ ର 8.9.10.11. ନମ୍ବର ଭୋଟର ସଂଖ୍ୟା 1600 ଓ14.15. ର ଭୋଟର 500. କିନ୍ତୁ ସୋତି ର ଗତ 10 ବର୍ଷ ହେଲା ବିକାଶ ହୋଇ ନାହିଁ ତାହାରି ବିରୁଦ୍ଧରେ ମତଦାନହେବ ବୋଲି ଜନ ସାଧାରଣ ରେ ଚର୍ଚ୍ଚା . ଏହା ବିଜେଡି ସଭାପତି ଙ୍କ ପାଇଁ ଚିନ୍ତା ର କାରଣ ସେପଟେ ପ୍ରତାପ ଥରେ ମଧ୍ୟ୍ୟ ସୋତି ଗାଁ କୁ ପ୍ରବେଶ କରି ନାହାନ୍ତି ସେଠି ତାଙ୍କୁ ବିରୋଧ କରୁ ଅଛନ୍ତି ଗ୍ରାମବାସୀ.ଏଣୁ ତାଙ୍କ ପାଇଁ ପଂଚାୟତ ନିର୍ବାଚନ ରେ ମହଙ୍ଗା ପଡିବ ବୋଲି କୋରାଇ ବ୍ଲକ ରେ ଚର୍ଚ୍ଚା ତେବେ ଆଗାମୀ ପଂଚାୟତ ନିର୍ବାଚନ ବିଜେଡି ଯୁବ ସଭାପତି ପ୍ରତାପ ମହାନ୍ତି ଙ୍କ ଭାଗ୍ୟ ପରୀକ୍ଷା କରିବ ଆଗାମୀ 28 ତାରିଖ ଭୋଟ ଗଣିତି ପରେ. ଜଣା ପଡିବ ନିଜ ଗଡ଼ ରକ୍ଷା କରିପାରୁଛନ୍ତି ତ ଏହା ଦେଖିବାକୁ ବାକି ରହିଲା.