ସୁନ୍ଦରଗଡ ଜିଲ୍ଲାରେ ତ୍ରିସ୍ତରୀୟ ନିର୍ବାଚନ- 2022ର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଜିଲ୍ଲାର ସଦର, ଟାଙ୍ଗରପାଲି ଓ ଗୁରୁଣ୍ଡିଆ ବ୍ଲକ ପାଇଁ ଭୋଟର ମାନେ ତାଙ୍କର ସୁଚିନ୍ତିତ ମତଦାନ ସାବ୍ୟସ୍ତ କରିଛନ୍ତି । ଏଥର ନିର୍ବାଚନରେ କେତେକ ଅଞ୍ଚଳରେ ଭୋଟରମାନେ ଦଳ ନୁହେଁ ବ୍ୟକ୍ତିତ୍ୱ ଓ ପ୍ରାର୍ଥୀଙ୍କୁ ଦେଖି ତାଙ୍କର ମତ ସାବ୍ୟସ୍ତ କରିଛନ୍ତି । କେତେକ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମଧ୍ୟ ସେମାନଙ୍କ ଭୋଟରଙ୍କ ଉପରେ ପ୍ରଗାଢ ଆସ୍ଥା ରଖିଛନ୍ତି । ଲୋକେ ସେମାନଙ୍କୁ ( ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କୁ )ସମର୍ଥନ କରୁଥିବା କଥା କେତେକ ପ୍ରାର୍ଥିନୀ କହିଛନ୍ତି । ଏହି ନିର୍ବାଚନରେ ଉପୁଜିଥିବା କାଁ ଭାଁ ବିଶୃଙ୍ଖଳାକୁ ଜିଲ୍ଲା ପ୍ରଶାସନ ଓ ପୋଲିସ ଦୃଢତାର ସହିତ ମୁକାବିଲା କରିଥିବାରୁ ସାଧାରଣ ଭୋଟରମାନେ ଖୁସି ଥିବା ଜଣା ପଡିଛି । ତେବେ ଆଜି ସଦର ବ୍ଲକରେ – 80.14 % , ଟାଙ୍ଗପାଲି ବ୍ଲକରେ- 80.23 % ଓ ଗୁରୁଣ୍ଡିଆ ବ୍ଲକରେ 77.52% ମତଦାନ ହୋଇଥିବା ଜଣା ପଡିଛି ।