ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅମାପ ସମ୍ପତିର ମାଲିକାଣୀ ଭଦ୍ରକର ପୂର୍ବତନ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ବାଲେଶ୍ବର ଓ ଭଦ୍ରକର ୧୧ଟି ସ୍ଥାନରେ ଭିଜିଲାନ୍ସର ଛାନଭିନ। ଜୟନ୍ତୀଙ୍କ ଏତେ ଘର ଏତେ ସମ୍ପତ୍ତି ଦେଇ ଭିଜିଲାନ୍ସ ଟିମ ବି ଆଶ୍ଚର୍ଯ୍ୟ ।ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ଏକକାଳୀନ ୧୧ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ । ଜୟନ୍ତୀ ବେହେରାଙ୍କ ଭଦ୍ରକ ଫିରିଙ୍ଗପାଟଣାରେ ୩ ମହଲା ବିଶିଷ୍ଟ ବାସଭବନ, ବାଲେଶ୍ୱର ସହଦେବଖୁଣ୍ଟା ସ୍ଥିତ ସିଦ୍ଧେଶ୍ୱକ କଲୋନୀରେ ୩ ମହଲା ଓ ଗଣେଶ୍ୱରପୁର ସିଦ୍ଧେଶ୍ୱର କଲୋନୀର ତିନି ମହଲା ବିଶିଷ୍ଟ ଘର, ଗଣେଶ୍ୱରପୁର ସିଦ୍ଧେଶ୍ୱର କଲୋନୀରେ ଆଉ ଏକ ଅର୍ଦ୍ଧନିର୍ମିତ ଦୁଇ ମହଲା ଘର, ଭୁବନେଶ୍ୱର ଗୌତମ ନଗର ଅଞ୍ଚଳରେ ଫ୍ଲାଟ୍, ଓଲଡ଼ ଟାଉନ ଅଞ୍ଚଳରେ ଫ୍ଲାଟ ରହିଛି । ଏ ସମସ୍ତ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଉଛି ।
ଜୟନ୍ତୀଙ୍କ କାର୍ଯ୍ୟାଳୟ ସମେତ ତାଙ୍କ ପୁଅ ରୋହିତ କୁମାର ମଣ୍ଡଳଙ୍କ ବାଲେଶ୍ୱରରେ ଥିବା କଲ ସେଣ୍ଟର ଅଫିସରର ଚାମ୍ବରରେ ମଧ୍ୟ ଚଢ଼ାଉ କରୁଛି ଭିଜିଲାନ୍ସ । ଏହା ବ୍ୟତୀତ ଭଦ୍ରକରେ ଥିବା ତାଙ୍କର ପୈତୃକ ଘର, ବାଲେଶ୍ୱର ସୁନହଟରେ ଥିବା ସମ୍ପର୍କୀୟଙ୍କ ଘରେ ଚଢ଼ଉ କରୁଛି ଭିଜିଲାନ୍ସ । ବାଲେଶ୍ୱର ଗଣେଶ୍ୱୀପୁରରେ ୧୭୦୦ ବର୍ଗଫୁଟ ଜାଗାରେ ତିନି ମହଲା ବିଶିଷ୍ଟ କୋଠା, ଫିରିଙ୍ଗପାଣାରେ ୧୪୦୦ ବର୍ଗଫୁଔଟ ଦୁଇ ମହଲା କୋଠା, ଗଣେଶ୍ୱର ପାଟଣାରେ ୧୦୦୦ ବର୍ଗଫୁଟର ଆଉ ଏକ ଦୁଇ ମହଲା କୋଠା, ଭୁବନେଶ୍ୱର ଗୌତମ ନଗରର ରୟାଲ ରେସିଡେନ୍ସରେ ଏକ ୩-ବିଏଚକେ ଫ୍ଲାଟ, ଭୁବନେଶ୍ୱର ଓଲଡ ଟାଉନରେ ଆଉ ଏକ ୩ ବିଏଚକେ ଫ୍ଲାଟ, ଏହାବ୍ୟତୀତ ବାଲେଶ୍ୱରର ପ୍ରମୁଖ ଜାଗାରେ ରହିଛି ୪ଟି ପ୍ଲଟ ରହିଛି। ଅନ୍ୟାନ୍ୟ ସମ୍ପତ୍ତି ମଧ୍ୟରେ ଭିଜିଲାନ୍ସ ଜବତ କରିଛି ୨.୭୦ ଲକ୍ଷ ଟଙ୍କା, ୫୩ ଲକ୍ଷ ପୋଷ୍ଟାଲ ଇନ୍ସ୍ୟୁରାନ୍ସ ସମେତ ୧.୪୦ କୋଟି ଟଙ୍କା , ଗୋଟିଏ ମାରୁତି ବାଲେନୋ ଗାଡି, ଗୋଟିଏ ୨ ଚକିଆ ଗାଡି, ୨ କେଜିର ରୂପା ଗହଣା ।