ଅଳଙ୍କାର ଝାମ୍ପିଲେ ଲୁଟେରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଅଳଙ୍କାର ଝାମ୍ପିଲେ ଲୁଟେରା | ଅତି ଚତୁରତାର ସହ ଅଳଙ୍କାର ବ୍ୟବସାୟୀଙ୍କୁ ଚକ୍ମା ଦେଇ ଲକ୍ଷ୍ୟଧିକ ଟଙ୍କାର ଅଳଙ୍କାର ନେଇ ଛୁ ମାରିଲେ ଲୁଟେରା | ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱର ରାଧାକୃଷ୍ଣ ଜୁଏଲର୍ସ ଏଭଳି ଏକ ଆଘଟଣ ଦେଖିବାକୁ ମିଳିଛି |

ସୂଚନା ଅନୁଯାୟୀ ଆଜି ସମୟ ପାଖାପାଖି 12 ଟାରେ ଜଣେ ଲୁଟେରା ଗ୍ରାହକ ସାଜି ଦୋକାନ ଭିତରକୁ ପ୍ରବେଶ କରିଥିଲେ | ପରେ ବିଭିନ୍ନ ପ୍ରକାର ଜିନିଷ କିଣିବା ପାଇଁ କହି ଦୋକାନୀଙ୍କୁ କହି ଅଳଙ୍କାର ଗୁଡିକୁ କାଚ ବୋକ୍ସରୁ ବାହାରକୁ ବାହାର କରିଥଲେ |

ଆଉ ସେଥିକି ସମୟରେ ସମସ୍ତ ଜିନିଷକୁ ଧରି ହଠାତ ଛୁ ମାରିଥିଲେ | ସେପଟେ ଦୋକାନୀ ଜଣକ ଲୁଟେରାଙ୍କୁ ଧରିବା ପାଇଁ ଚେଷ୍ଟା କରିଥଲେ ମଧ୍ୟ୍ୟ ବିଫଳ ହୋଇଥିଲେ | ଏହାକୁ ନେଇ ବର୍ତମାନ ଜଳେଶ୍ୱର SDPO ସହ ପୋଲିସ ପହଂଚି CCTV ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.