ସହରାଞ୍ଚଳ ସଚେତନତା ଶିବିର ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସହରାଞ୍ଚଳ ସଚେତନତା ଶିବିର ଅନୁଷ୍ଠିତ | ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଅନ୍ତର୍ଗତ ସହରାଞ୍ଚଳ ସଚେତନତା ଶିବିର କାର୍ଯ୍ୟକ୍ରମ ବାରିପଦା ପୋୖରପାଳିକା ପକ୍ଷରୁ ଶୁକ୍ରବାର ଅନୁଷ୍ଠିତ ହୋଇଛି। ସ୍ଥାନୀୟ ୱାର୍ଡ ନମ୍ବର ୧, ବେଳଗଡ଼ିଆ ସ୍ଥିତ ପଡ଼ିଆରେ ଉକ୍ତ ଶିବିରରେ ଅତିଥି ଭାବେ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପ ନଗରପାଳ ସୀମା ଦାସ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟବ୍ୟାପୀ ଉକ୍ତ ସଚେତନତା ଶିବିର ଅନୁଷ୍ଠିତ ହେଉଛି। ଏହିକ୍ରମରେ ବାରିପଦା ପୋୖରପାଳିକା ଅଞ୍ଚଳରେ ବିଭିନ୍ନ ଯୋଜନାରେ ହୋଇଥିବା ରୂପାନ୍ତରିତ କାର୍ଯ୍ୟ ବାବଦରେ ଜନସଚେତନତା ସୃଷ୍ଟି ଉଦ୍ଧେଶ୍ୟରେ ଶିବିର ଆୟୋଜନ କରାଯାଇଥିବା ନେଇ ନଗରପାଳ କୃଷ୍ଣାନନ୍ଦ ମହାନ୍ତି କହିଛନ୍ତି। ବାରିପଦା ପୋୖରପାଳିକାର ୨୮ଗୋଟି ୱାର୍ଡକୁ ୭ଭାଗରେ ବିଭକ୍ତ କରିବା ସହ ୪୬ଗୋଟି ବସ୍ତି ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଫେବ୍ରୁଆରୀ ୧ରୁ ଆରମ୍ଭ ହୋଇଛି।

ସାମାଜିକ ସୁରକ୍ଷା, ମୁକ୍ତା ଯୋଜନାରେ ସହର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ରେସନ କାର୍ଡ ଜରିଆରେ ଖାଦ୍ୟ ସାମଗ୍ରୀ ଯୋଗାଣ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଭତ୍ତା ପ୍ରଦାନ, ଆହାର କେନ୍ଦ୍ର, ରାସ୍ତା ଘାଟ, ପାର୍କିଂ ଜୋନ, ମିଶନ ଶକ୍ତି ଜରିଆରେ ମହିଳା ସଶକ୍ତିକରଣ ଆଦି ବିଭିନ୍ନ ରାଜ୍ୟ ସରକାରଙ୍କ ମହତକାଂକ୍ଷୀ ଯୋଜନା ବାବଦରେ ଜନସାଧାରଣଙ୍କୁ ଅବଗତ କରିବା ନିମନ୍ତେ ଉକ୍ତ ଶିବିରର ଆୟୋଜନ କରାଯାଇଛି। ଉକ୍ତ ଶିବିରରେ ସ୍ଥାନୀୟ ୱାର୍ଡ କାଉନସିଲର ସୁକେଶିନୀ ସେଠି ସମେତ ସମସ୍ତ ୱାର୍ଡର କାଉନସିଲର, ପୋୖର କର୍ମଚାରୀ ଓ ବହୁ ସଂଖ୍ୟକ ସ୍ଥାନୀୟ ଜନସାଧାରଣ ପ୍ରମୁଖ ଯୋଗ ଦେଇଛନ୍ତି।

Leave A Reply

Your email address will not be published.