ପରଲୋକରେ ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପରଲୋକରେ ଖଲ୍ଲିକୋଟ ରାଣୀ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓ ।   ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି।  ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ ।  ପ୍ରଥମ ଥର ପାଇଁ 1961 ମସିହାରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଖଲ୍ଲିକୋଟ ଓ କବିସୂର୍ଯ୍ୟନଗରରୁ 10 ଥର ବିଧାୟିକା ରହିଥିଲେ ସୁଜ୍ଞାନ କୁମାରୀ । ରାଣୀଙ୍କ ବିୟୋଗରେ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ସୂଚନା ମୁତାବକ, ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସୁଜ୍ଞାନ କୁମାରୀ ଦୀର୍ଘ ଦିନ ହେଲା ଚେନ୍ନାଇରେ ରହିଆସୁଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କିଛି ଦିନ ତଳେ ତାଙ୍କୁ ଚେନ୍ନାଇର ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଥିଲା । ରାଣୀଙ୍କ ଅସୁସ୍ଥତା ବାବଦରେ ସୂଚନା ପାଇବା ପରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇରେ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବୁଝି ଫେରିଥିଲେ ।

ଭି.ସୁଜ୍ଞାନ କୁମାରୀ ଦେଓ। କେବଳ ଯେ ବିଧାୟିକା ଥିଲେ ତା ନୁହେଁ, ସମାଜସେବୀ ଓ କୃଷିଜୀବି ଭାବେ ବି ଥିଲା ତାଙ୍କ ସ୍ବତନ୍ତ୍ର ପରିଚୟ।ପ୍ରଥମ ଥର ପାଇଁ ସେ ୧୯୬୧-୬୭ ପର୍ଯ୍ୟନ୍ତ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକଟରେ ବିଧାୟିକା ବନିଥିଲେ। ଦ୍ୱିତୀୟ ଥର ପାଇଁ ଉତ୍କଳ କଂଗ୍ରେସ ତରଫରୁ ୧୯୭୪-୧୯୭୭ ପର୍ଯ୍ୟନ୍ତ ବନିଥିଲେ ବିଧାୟିକା। ତୃତୀୟ ଥର ପାଇଁ ଜନତା ଟିକଟରେ ବିଜୟ ଲାଭ କରି ୧୯୭୭-୧୯୮୦ ପର୍ଯ୍ୟନ୍ତ ଖଲ୍ଲିକୋଟର ବିଧାୟିକା ହୋଇଥିଲେ ସୁଜ୍ଞାନ। ଏହାପରେ ଜନତା ପାର୍ଟିରୁ ୧୯୮୫-୧୯୯୦ ଯାଏଁ ଚତୁର୍ଥ ଥର ପାଇଁ ବନିଥିଲେ ବିଧାୟିକା।

ସେ ୧୯୯୦-୯୫ ପର୍ଯ୍ୟନ୍ତ ଜନତା ଦଳ ତରଫରୁ ଖଲ୍ଲିକୋଟରୁ ପଞ୍ଚମ ଥର ଲାଗି ନିର୍ବାଚିତ ହୋଇଥିଲେ ସୁଜ୍ଞାନ । 1974 ମସିହାରେ ଉତ୍କଳ କଂଗ୍ରେସରୁ ଲଢି ସେ ବିଧାନସଭା ଯାଇଥିଲେ । ସେହିପରି 1977ରେ ଜନତା, 1990 ଓ 1995ରେ ଜନତା ଦଳ, 2000 ଓ 2004ରେ ବିଜୁ ଜନତା ଦଳ ଟିକେଟରେ ସେ ବିଜୟୀ ହୋଇଥିଲେ । ଖଲ୍ଲିକୋଟ ଆସନ ସଂରକ୍ଷିତ ହେବା ପରେ ସେ କବିସୂର୍ଯ୍ୟନଗର ଆସନରୁ 2 ଥର ନିର୍ବାଚିତ ହୋଇଛନ୍ତି । 2009 ଓ 2014ରେ କବିସୂର୍ଯ୍ୟନଗରରୁ ସେ ବିଜେଡି ଟିକେଟରେ ବିଧାନସଭା ଆସିଥିଲେ

Leave A Reply

Your email address will not be published.